ବୟସ ଗଡିଗଲା । ଏବେ ଦୁଇ ପ୍ରେମୀ ରୋଗାଗସ୍ତ ହୋଇ ଜୀବନ ଏବଂ ମରଣ ସହ ଲଢେଇ କରୁଛନ୍ତି । ହୁଏତ ସେମାନେ ଆଉ କେଇ ଦିନର ଅତିଥି । ହେଲେ ଯେଉଁ ପ୍ରେମ ପାଇଁ ସେମାନେ ସାରା ଦେଶରେ ଚର୍ଚ୍ଚାର ପରିସରକୁ ଆସିଥିଲେ । ସେ ପ୍ରେମ ଏବେ ଅଧୁରା ରହିଗଲା । ଦୀର୍ଘଦିନ ବହୁ ନିକଟରେ ରହି ମଧ୍ୟ ସେମାନଙ୍କ ମିଳନ ହୋଇ ପାରିନଥିଲା । ନନ୍ଦନକାନନ ପ୍ରାଣୀ ଉଦ୍ୟାର ଦୁଇ ବୟସ୍କ ବାଘ ବାଘୁଣୀ (ନନ୍ଦନ- ସାରା )ଙ୍କ ଅଧୁରା ପ୍ରେମ ଏବେ ଅଲେଚନାର ବିଷୟ ପାଲଟିଛି ।
ବଣମୂଲକୁ ପର କରି ଦିନେ ନନ୍ଦନ ଭୋପାଳ ସୁନ୍ଦରୀ ସାରର ପ୍ରେମରେ ପଡି ପ୍ରାଣୀ ଉଦ୍ୟାନକୁ ପର କରି ଚାଲିଯାଇଥିଲା । ସେତେବେଳେ ଏହି ଘଟଣା ଗଣମାଧ୍ୟମରେ ବେଶ୍ ଚର୍ଚ୍ଚିତ ହେଉଥିଲା । ସାରାକୁ ପାଇବାକୁ ନନ୍ଦନ ସବୁଦିନ ପାଇଁ ସିନା ନନ୍ଦନକାନାନରେ ରହିଗଲା, ହେଲେ ସେମାନଙ୍କ ମିଳନ ହୋଇ ପାରିଲା ନାହିଁ । ଉଭୟଙ୍କ ମିଳନ କରାଇ ପାରିଲା ନାହିଁ ଜଙ୍ଗଲ ବିଭାଗ । ହେଲେ ଏଥିରେ ଅନ୍ୟ ଏକ ବାଘୁଣୀ ମେଘା ବାଧକ ସାଜିଲା । ଦିନେ ନନ୍ଦନକାନନ କତ୍ତୃପକ୍ଷ ନନ୍ଦନ ଏବଂ ସାରାଙ୍କ ମିଳନ ପାଇଁ ଚେଷ୍ଚା କରିଥିଲେ । କିନ୍ତୁ ବାଘୁଣୀ ସାରା ଉପରେ କୋପ ଦୃଷ୍ଟି ପକାଉଥିଲା ଏହାର ପାଖ ଖୁଆଡରେ ରହୁଥୁବା ବାଘୁଣୀ ମେଘା । ଖୁଆଡର ତାରଜାଲି ବାହାରକୁ ସାରାର ଗୋଡ ଚାଲିଆସୁଥିବାବେଳେ ଆକ୍ରମଣ କରୁଥିଲା ମେଘା । ତେଣୁ କର୍ତ୍ତୃପକ୍ଷ ସାରାକୁ ନନ୍ଦନ ପାଖରୁ ଦୂରେଇ ରଖୁଥିଲେ ଓ ନନ୍ଦନ ସହିତ ମେଘାର ମିଳନ କରୁଥିଲେ ।
ସୂଚନା ଯୋଗ୍ୟ ସାରାକୁ 4 ବର୍ଷ ବୟସ ହେଉଥିବା ବେଳେ 2009 ଏପ୍ରେଲ 18ରେ କିନ୍ତୁ ଅଦଳବଦଳ ପ୍ରକ୍ରିୟାରେ ଭୋପାଳରୁ ନନ୍ଦନକୁ ଅଣାଯାଇଥିଲା । ଏହାର ପ୍ରାୟ 4 ବର୍ଷ ପରେ 24 ମାର୍ଚ୍ଚ 2023ରେ ପ୍ରାଣୀ ଉଦ୍ୟାନ ରେ ହଠାତ୍ ଜଙ୍ଗଲୀ ବାଘ ନନ୍ଦନକୁ ଦେଖିବାକୁ ମିଳିଥିଲା । ମେ 31 ରେ ନନ୍ଦନକୁ କାବୁ କାବୁ କରି ନନ୍ଦନକାନାନ କର୍ତ୍ତୃପକ୍ଷ ନନ୍ଦନର ସ୍ବାଧାନତା ଛଡାଇ ନେଇଥିଲେ । ନନ୍ଦନ ଶିମିଳିପାଳ ଜଙ୍ଗଲରୁ ଆସୁଥିବା କର୍ତ୍ତୃପକ୍ଷ ଅନୁମାନ କରୁଥିଲେ । କେହି କେହି ନନ୍ଦନକୁ ସାରା ହିଁ ଏଠାକୁ ଆକୃଷ୍ଚ କରୁଥିବା କଥା କହିଥିଲେ । ସେମାନଙ୍କ ମିଳନ କରି ଭଲ ପ୍ରଜାତିର ବାଘ ସୃଷ୍ଟି ପାଇଁ ପ୍ରଥମେ ଚେଷ୍ଚା କରିଥିଲେ । ହେଲେ ମିଳନ କରାଯାଇନଥିଲା । ଦୁଇଜଣ ଏବେ ବାର୍ଦ୍ଧକ୍ୟ ଅବସ୍ଥାରେ । ଉଭୟଖାଇବା ପିଇବା ଛାଡିସାରିଲେଣି । ସାଲାଇନ ଲଗାଯାଇଛି । ଔଷଧ ଓ ଆଣ୍ଚିବାୟୋଟିସ୍ ମଧ୍ୟ ଦିଆଯାଉଛି । ହେଲେ ସେମାନଙ୍କ ସ୍ବସ୍ଥ୍ୟାବସ୍ଥାରେ ସୁଧାର ଆସିନାହିଁ ।