ଭାରତ ତଥା ଏସିଆର ବିଶିଷ୍ଟ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ଏବେ ଗଣମାଧ୍ୟମ, ମନୋରଞ୍ଜନ ଏବଂ କ୍ରୀଡା ଶିଳ୍ପରେ ନିଜକୁ ଉପସ୍ଥିତ କରିବା ପାଇଁ ପ୍ରସ୍ତୁତ ହୋଇଥିବା ଖବର ସାମ୍ନାକୁ ଆସିଛି। ଏଥିପାଇଁ ରିଲାଏନ୍ସ କମ୍ପାନୀ ଦ୍ୱାରା ଭାୟାକମ୍ ୧୮ ଏବଂ ଡିସ୍ନି ଷ୍ଟାର୍ ଇଣ୍ଡିଆର ମିଶ୍ରଣରେ ୮.୫ ବିଲିୟନ ଡଲାର ମୂଲ୍ୟର ଏକ କମ୍ପାନୀ ସୃଷ୍ଟି ହୋଇଛି। ଏହି କମ୍ପାନୀର ଚେୟାରମ୍ୟାନ୍ ଭାବେ ନୀତା ଅମ୍ବାନୀ ଦାୟିତ୍ୱ ନେଇଛନ୍ତି।
ସୂଚନାଯୋଗ୍ୟ ଯେ, ଭାୟାକମ୍ ୧୮ ଏବଂ ଡିସ୍ନି ଷ୍ଟାର୍ ଇଣ୍ଡିଆର ମିଶ୍ରଣରେ ସୃଷ୍ଟି ହୋଇଥିବା କମ୍ପାନୀ ଦେଶର ସବୁଠାରୁ ବଡ ମିଡିଆ ଏବଂ ମନୋରଞ୍ଜନ କମ୍ପାନୀ ଅଟେ। ଏଥିରେ ୭୫ କୋଟିରୁ ଅଧିକ ଦର୍ଶକ ଥିବା ବେଳେ ୨ ଲକ୍ଷ ଘଣ୍ଟାରୁ ଅଧିକ ବିଷୟବସ୍ତୁ ଏବଂ କ୍ରୀଡା ପାଇଁ ମିଡିଆ ଅଧିକାର ରହିଛି। ତେବେ କେବଳ ଭାରତରେ ନୁହେଁ ବରଂ ସମଗ୍ର ବିଶ୍ୱରେ ଏହା ଏକ ଗେମ୍ ଚେଞ୍ଜର ଭାବେ ପ୍ରମାଣିତ ହେବ ବୋଲି ଆଶାବ୍ୟକ୍ତ କରାଯାଉଛି।
ଏହି ପରିପ୍ରେକ୍ଷୀରେ ଗତ ବର୍ଷ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ବୋର୍ଡ ଛାଡିଥିବା ନୀତାଙ୍କୁ ପ୍ରଥମ ଥର ପାଇଁ ଏକ ବ୍ୟବସାୟର ଦାୟିତ୍ବ ପ୍ରଦାନ କରାଯାଇଛି। ନୀତା ଅମ୍ବାନୀ କ୍ରୀଡା ସହିତ ଜଡିତ କିନ୍ତୁ ସେ ମିଡିଆ ଦୁନିଆରେ ପ୍ରବେଶରେ ତାଙ୍କର ଏହା ପ୍ରଥମ ଥର ଅଭିଜ୍ଞତା ହେବ ବୋଲି ସୂଚନା ମିଳିଛି ।
ଏହି ଭାୟାକମ୍ ୧୮ ପ୍ଲାଟଫର୍ମ ସୋନି, ନେଟଫ୍ଲିକ୍ସ ଏବଂ ଆମାଜନର ପ୍ରାଇମ ଭିଡିଓ ପରି ପ୍ଲାଟଫର୍ମ ସହିତ ନିଜର ପ୍ରତିଦ୍ବନ୍ଦିତା କରିବା ପାଇଁ ଯାଉଛି। ମୁକେଶ ଅମ୍ବାନୀ ଭାୟାକମ୍-୧୮ ମାଧ୍ୟମରେ ୨୨,୦୦୦ କୋଟି ଟଙ୍କା ନିବେଶ କରିଥିବା ବେଳେ ଏହାକୁ ଆଗକୁ ନେବା ଦାୟିତ୍ୱ ଏବେ ନୀତା ଅମ୍ବାନୀଙ୍କ ଉପରେ ରହିବା ଚର୍ଚ୍ଚା ହେଉଛି।
ଅଧିକ ପଢନ୍ତୁ: ଟିଟିଲାଗଡ ଜେଲରୁ ଦୁଇ କଏଦୀ ଫେରାର