ପ୍ରତିବର୍ଷ ୧୨ ଫେବୃଆରୀଯୁ 'ଡାରୱିନ ଡେ ' ଭାବେ ପାଳନ କରାଯାଏ। ଚାର୍ଲ୍ସ ରବର୍ଟ ଡାରୱିନ ଜନ୍ମ ଦିବସକୁ ବିଶ୍ୱରେ 'ଡାରୱିନ ଡେ ' ଭାବେ ପାଳନ କରାଯାଏ। ତେବେ ଇଂଲଣ୍ଡର ସୃସବେରୀରେ ଜନ୍ମଗ୍ରହଣ କରିଥିଲେ ଚାର୍ଲ୍ସ ରବର୍ଟ ଡାରୱିନ। ତେବେ ଡାରୱିନ ସ୍କଟଲ୍ୟାଣ୍ଡର ଏଡିନବର୍ଗ ବିଶ୍ୱବିଦ୍ୟାଳୟରେ ତାଙ୍କର ଶିକ୍ଷା ଗ୍ରହଣ କରିଥିଲେ। ଇଂରାଜୀ, ଭୂବିଜ୍ଞାନ ଏବଂ ଜୀବବିଜ୍ଞାନରେ ତାଙ୍କର ଦକ୍ଷତା ଥିଲା। ତେବେ ବିବର୍ତ୍ତନ ଜୀବ ବିଜ୍ଞାନରେ ତାଙ୍କର ଅବଦାନ ପାଇଁ ସେ ବହୁ ଜଣାଶୁଣା ଥିଲେ।
ଆଲଫ୍ରେଡ ରସେଲ ୱାଲେସଙ୍କ ସହ ମିଳିତ ପ୍ରକାଶନରେ ସେ ତାଙ୍କର ବୈଜ୍ଞାନିକ ତତ୍ତ୍ଵକୁ ଉପସ୍ଥାପନ କରିଥିଲେ। ବନ୍ୟଜନ୍ତୁ ଏବଂ ଜୀବାଶ୍ମର ଭୌଗୋଳିକ ବିତରଣରେ ଆଶ୍ଚର୍ଯ୍ୟ ହୋଇ ଡାରୱିନ୍ ବିସ୍ତୃତ ଅନୁସନ୍ଧାନ ଆରମ୍ଭ କରିଥିଲେ। ସେହିପରି ୨୦୧୫ ରେ, ଡାରୱିନଙ୍କ ‘ଉତ୍ପତ୍ତି ପ୍ରଜାତି’ ଇତିହାସର ସବୁଠାରୁ ପ୍ରଭାବଶାଳୀ ଏକାଡେମିକ୍ ପୁସ୍ତକ ଭାବରେ ମନୋନୀତ ହୋଇଥିଲା। ଏହି ଦିନ ବିଜ୍ଞାନରେ ଡାରୱିନଙ୍କ ଅବଦାନକୁ ଆଲୋକପାତ କରିବା ଏବଂ ସାଧାରଣତ ବିଜ୍ଞାନକୁ ପ୍ରୋତ୍ସାହିତ କରିବା ପାଇଁ ସାରା ବିଶ୍ୱରେ ଏହି ଦିବସକୁ ପାଳନ କରାଯାଇଥାଏ।