ଭାରତୀୟ ସିନେମା ଜଗତର ପ୍ରସିଦ୍ଧ ଭେଟେରାନ ଅଭିନେତା ପ୍ରାଣ କୃଷ୍ଣ ସିକନ୍ଦ ଅହଲୁୱାଲିଆ। ତେବେ ସିନେମା ଜଗତରେ ସେ ପ୍ରାଣ ନାମରେ ଅଧିକ ଜଣାଶୁଣା ଥିଲେ। ୧୯୨୦ ମସିହା ୧୨ ଫ୍ରେବୃଆରୀ ରେ ପ୍ରାଣ ଜନ୍ମ ଗ୍ରହଣ କରିଥିଲେ। ପିଲାଦିନରୁ ତାଙ୍କର ଅଭିନୟ ପ୍ରତି ଆଗ୍ରହ ରହିଥିଲା। ଏଥିପାଇଁ ସେ ଅଭିନୟ କରିବା ମାତ୍ର 15 ବର୍ଷ ବୟସରୁ ଆରମ୍ଭ କରିଥିଲେ। ଭାରତୀୟ ସିନେମା ଇତିହାସରେ ସବୁଠାରୁ ସଫଳ ତଥା ସମ୍ମାନିତ ଭେଟେରାନ୍ ଅଭିନେତାମାନଙ୍କ ମଧ୍ୟରୁ ସେ ଅନ୍ୟତମ ।
ଏହାସହିତ ସେ ମଧ୍ୟ ତାଙ୍କ ସମୟର ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତାମାନଙ୍କ ମଧ୍ୟରୁ ଜଣେ ଥିଲେ। ପ୍ରାଣ ତାଙ୍କ କ୍ୟାରିୟରରେ ଅଭିନୟ ପାଇଁ ଅନେକ ପୁରସ୍କାର ପାଇଛନ୍ତି। ୧୯୬୭ , ୧୯୬୯ ଏବଂ ୧୯୭୨ ରେ ଶ୍ରେଷ୍ଠ ସହାୟକ ଅଭିନେତା ଭାବରେ ଫିଲ୍ମଫେୟାର ପୁରସ୍କାରରେ ସମ୍ମାନିତ ହୋଇଥିବା ବେଳେ ୧୯୯୭ ରେ ଫିଲ୍ମଫେୟାର ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡରେ ପୁରସ୍କୃତ ହୋଇଥିଲେ। ସେହିଭଳି ୨୦୦୧ରେ ଭାରତ ସରକାର ତାଙ୍କୁ ପଦ୍ମ ଭୂଷଣରେ ସମ୍ମାନିତ କରିଥିଲେ।