କୋରାପୁଟ ଜିଲ୍ଲା କୋଟପାଡ଼ ଅଞ୍ଚଳରେ ଚଳିତ ବର୍ଷ ବନ୍ୟା ସ୍ଥିତି ବେହାଲ ହୋଇପଡିଛି । ଚାରି ଦିନ ପରେ ବି ବନ୍ୟା ଜଳ କମୁନଥିବା ବେଳେ ବ୍ଲକର ୭ ଗୋଟି ପଞ୍ଚାୟତର ୩0 ରୂ ଉର୍ଦ୍ଧ ଗ୍ରାମ ପାଣି ଘେରରେ ଅଛନ୍ତି।
ବନ୍ୟା ସ୍ଥିତି ଅନୁଧ୍ୟାନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୋଟପାଡ଼ ଗସ୍ତ କରି ଫେରିଛନ୍ତି । ହଜାର ହଜାର ଏକର ଚାଷ ଜମି ପାଣି ଘେରରେ ରହିଥିବା ବେଳେ ଚାଷ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଥିବା ନେଇ ଚାଷୀ କୂଳ ଚିନ୍ତାରେ ଥିବା ଦେଖାଯାଇଛି । ପ୍ରଭାବିତ ଅଞ୍ଚଳରେ ରିଲିଫ ବଣ୍ଟନ, ଉଦ୍ଧାର କାର୍ଯ୍ୟ, ପାନୀୟଜଳ ଏବଂ ସ୍ୱାସ୍ଥ୍ୟ ସେବା ଜରୁରୀକାଳୀନ ଭିତ୍ତିରେ ଜାରି ରହିଛି । ପ୍ରଭାବିତଙ୍କ ନିକଟରେ ପ୍ରାଥମିକତା ଭିତ୍ତିରେ ଆବଶ୍ୟକୀୟ ସହାୟତା ପହଞ୍ଚାଇବା ପାଇଁ ଜିଲ୍ଲା ପ୍ରଶାସନ ଓ ସମ୍ପୃକ୍ତ ବିଭାଗ ଗୁଡ଼ିକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି ।
ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଓଡ୍ରାଫ ଟିମ ସହାୟତାରେ ପିରିଞ୍ଜି ଗ୍ରାମ ଠାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଗ୍ରାମବାସୀଙ୍କୁ ରନ୍ଧା ଖାଦ୍ୟ ପରସିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ତାଙ୍କ ସହ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ,ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ, କୋଟପାଡ଼ ବିଧାୟକ ରୁପୁ ଭତରା, କୋରାପୁଟ ବିଧାୟକ ରଘୁରାମ ମାଛ, ଝରୀଗାଁ ବିଧାୟକ ଙ୍କ ସହ ସମସ୍ତ ଦଳୀୟ ନେତା କର୍ମୀ,କୋରାପୁଟ ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ ସହ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।