ଭୁବନେଶ୍ୱର: ଏମଏମଡିଆର (MMDR) ଆକ୍ଟ ସଂଶୋଧନ ପ୍ରସଙ୍ଗକୁ ନେଇ ରାଜ୍ୟରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି। ଏହି ପ୍ରସଙ୍ଗରେ କେବଳ ରାଜରାସ୍ତାରେ ଆନ୍ଦୋଳନ ନକରି ବିଧାନସଭା ଭିତରେ ଆଲୋଚନା କରିବାକୁ ବିରୋଧୀ ଦଳଗୁଡ଼ିକୁ ଆହ୍ୱାନ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନ।
ବିରୋଧୀଙ୍କ ଆନ୍ଦୋଳନକୁ କଟାକ୍ଷ କରି ଆଇନ ମନ୍ତ୍ରୀ କହିଛନ୍ତି ଯେ ବିରୋଧୀଙ୍କ ପାଖରେ ଏହି ପ୍ରସଙ୍ଗରେ କୌଣସି ବଳିଷ୍ଠ ଯୁକ୍ତି ନାହିଁ। କୌଣସି ଠୋସ୍ ଆଧାର ବିନା କେବଳ ବିତଣ୍ଡା ଯୁକ୍ତି ଆଧାରରେ ଆନ୍ଦୋଳନ କରିବାର କୌଣସି ଯଥାର୍ଥତା ନାହିଁ। ତେବେ ଗଣତନ୍ତ୍ରରେ ବିରୋଧୀଙ୍କ ଆନ୍ଦୋଳନ କରିବାର ସମ୍ପୂର୍ଣ୍ଣ ଅଧିକାର ରହିଛି, ସେମାନେ ତାହା କରନ୍ତୁ; କିନ୍ତୁ ପ୍ରକୃତ ପ୍ରସଙ୍ଗକୁ ବୁଝିବା ପାଇଁ ସେମାନେ ଥରେ ବିଧାନସଭାକୁ ଆସି ଆଲୋଚନାରେ ଭାଗ ନିଅନ୍ତୁ ବୋଲି ସେ ମତପ୍ରକାଶ କରିଛନ୍ତି।
ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଯଦି ବିଧାନସଭାରେ ଗମ୍ଭୀର ଆଲୋଚନା ହୁଏ ଏବଂ ଏହି ନିଷ୍ପତ୍ତିରେ କୌଣସି ଭୁଲ୍ ଥିବା ସଦସ୍ୟମାନଙ୍କୁ ପ୍ରମାଣିତ ହୁଏ, ତେବେ ସେ ନେଇ ପୁନର୍ବାର ବିଚାର କରାଯିବ। କିନ୍ତୁ ଯଦି ବିଧାନସଭା ଏଥିରେ ସହମତ ହୁଏ, ତେବେ ବିରୋଧୀଙ୍କ ସମସ୍ତ ଅରୂଢ଼ ଯୁକ୍ତିର ଅନ୍ତ ଘଟିବ। ତେଣୁ ଗୃହରେ ଆଲୋଚନା ମାଧ୍ୟମରେ ସ୍ଥିତି ସ୍ପଷ୍ଟ କରିବାକୁ ସେ ବିରୋଧୀଙ୍କୁ ପରାମର୍ଶ ଦେଇଛନ୍ତି।
Also Read: ଓଡ଼ିଶାରେ ବନ୍ୟା ସ୍ଥିତି: ବାଲେଶ୍ୱର ଓ ଭଦ୍ରକରେ ଚିନ୍ତା ବଢ଼ାଉଛି ସୁବର୍ଣ୍ଣରେଖା ଓ ଜଳକା, ୭୩ ହଜାର ଲୋକ ପ୍ରଭାବିତ