‘ବର୍ଷ-୨୦୨୪’ରେ ରାଜ୍ୟ ଓ ଦେଶରେ ଘଟିଛି ଅନେକ ଅପରାଧ । ସେଥିମଧ୍ୟରେ ଆସନ୍ତୁ ସଂକ୍ଷେପରେ ନଜର ପକାଇବା ଚଳିତ ବର୍ଷର ଚର୍ଚ୍ଚିତ, ଚାଞ୍ଚଲ୍ୟ, ଲୋମହର୍ଷଣକାରୀ ଅପରାଧ ବାବଦରେ
କୋଲକତା ଡାକ୍ତର ଦୁଷ୍କର୍ମ ଓ ହତ୍ୟା ଘଟଣା:
ଅଗଷ୍ଟ ୮ରେ ଘଟିଥିବା ଏହି ଘଟଣା ପୂରା ଦେଶକୁ ସ୍ତବ୍ଧ କରିଦେଇଥିଲା । କୋଲକତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ୩୧ ବର୍ଷୀୟ ଟ୍ରେନିଂ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା କରିବା ଘଟଣା ଏବେ ବି ମନରୁ ଲିଭିନାହିଁ । ମେଡିକାଲ ଡ୍ୟୁଟି ପରେ ଖାଇବା ସାରି ଶୋଇବାକୁ ଯିବା ବେଳେ ସେ ଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଥିଲେ । ପରଦିନ ସେମିନାର ହଲରୁ ଅର୍ଦ୍ଧନଗ୍ନ ମୃତଦେହ ଉଦ୍ଧାର ହୋଇଥିଲା । ତେବେ ତାଙ୍କ ଆଖି, ପାଟି ଓ ଯୌନାଙ୍ଗରେ ଗଭୀର ଆଘାତ ଲାଗିଥିଲା । ନ୍ୟାୟ ଦାବି କରି ଦେଶବ୍ୟାପୀ କନିଷ୍ଠା ଡାକ୍ତର ମାନେ ଦୀର୍ଘଦିନ ଧରି ଆନ୍ଦୋଳନ କରିଥିଲେ । ତେବେ ପୋଲିସ ଏହି ଘଟଣାରେ ଅଭିଯୁକ୍ତ ସଞ୍ଜୟ ରାୟଙ୍କୁ ଗିରଫ କରିଛି ।
ପୁତ୍ରହନ୍ତା ସିଇଓ ମା’ର ବର୍ବରକାଣ୍ଡ:
ବର୍ଷ ୨୦୨୪ ଆରମ୍ଭରୁ ସାରାକୁ ଦେଶକୁ ସ୍ତବ୍ଧ କରିଦେଇଥିଲା ଗୋଆ ହତ୍ୟାକାଣ୍ଡ । ଆର୍ଟିଫିସିଆଲ ଇଣ୍ଟାଲିଜେନ୍ସ କମ୍ପାନୀ ‘ମାଇଣ୍ଡଫୁଲ ଅଲ ଲ୍ୟାବ୍’ର ସିଇଓ ସୂଚନା ସେଠ ଚଳିତବର୍ଷ ଜାନୁୟାରୀରେ ନିଜ ୪ ବର୍ଷର କୁନି ପୁଅକୁ ହତ୍ୟା କରିଦେଇଥିଲା । କେବଳ ସେତିକି ନୁହେଁ, ପୁଅର ମୃତାଦେହକୁ ସୁଟକେସରେ ଧରି ବୁଲୁଥିଲା । ପଶ୍ଚିମବଙ୍ଗର ୩୯ ବର୍ଷୀୟ ସୂଚନା ସେଠ୍ ବେଙ୍ଗାଲୁରୁରେ ରହୁଥିଲା । ବିବାହ ବିଚ୍ଛେଦ ପରେ ପୁଅ କାହା ପାଖେ ରହିବ ସେନେଇ କୋର୍ଟରେ ବିଚାର ଚାଲିଥିଲା । ତେବେ ନିଜ ସ୍ୱାମୀକୁ ପୁଅକୁ ଦେଖେଇ ଦେବେନାହିଁ ବୋଲି ସେ ପ୍ରଥମେ ପୁଅକୁ ନେଇ ଗୋଆ ଯାଇଥିଲେ, ଓ ସେଠାରେ ହୋଟେଲରେ ତଣ୍ଟି ଚିପି ମାରିବା ପରେ ସୁଟକେସରେ ଧରି ବୁଲୁଥିଲେ । ପୋଲିସ ଏହି ମାମଲାରେ ତାଙ୍କୁ ଗିରଫ କରିଛି ।
ପ୍ରେମିକାକୁ ମାରି ଫ୍ରିଜରେ ରଖିଲା:
ବେଙ୍ଗାଲୁରୁର ମହାଲକ୍ଷ୍ମୀ ହତ୍ୟା ଘଟଣା ହେଉଛି ଚଳିତବର୍ଷର ଆଉ ଏକ ଚର୍ଚ୍ଚିତ ହତ୍ୟା ମାମଲା । ମହାଲକ୍ଷ୍ମୀଙ୍କୁ ହତ୍ୟା କରି ତାଙ୍କ ମରଶରୀରକୁ ୫୯ ଖଣ୍ଡ କରି କାଟି ଫ୍ରିଜରେ ରଖିଥିଲା ପ୍ରେମିକ ମୁକ୍ତି ରଞ୍ଜୟ ରାୟ । ୨୯ ବର୍ଷୀୟ ମହାଲକ୍ଷ୍ମୀ ବିବାହ କରିଥିଲେ, ହେଲେ ସେ ସ୍ୱାମୀଙ୍କ ଠାରୁ ଅଲଗା ରହୁଥିଲେ । ଓଡ଼ିଶାର ମୁକ୍ତିରଞ୍ଜନ ଓ ମହାଲକ୍ଷ୍ମୀ ବେଙ୍ଗାଲୁରୁର ଏକ ମଲରେ କାମ କରୁଥିବା ବେଳେ ସେମାନଙ୍କ ଭିତରେ ପ୍ରେମିକ ସମ୍ପର୍କ ଗଢି ଉଠିଥିଲା । ମୁକ୍ତିରଞ୍ଜନ ବିବାହ କରିବାକୁ ଚାପ ପକାଉଥିଲେ, ହେଲେ ମହାଲକ୍ଷ୍ମୀ ମନା କରିବାରୁ ସେ ତାଙ୍କୁ ମାରି ୫୯ ଖଣ୍ଡ କରି କାଟି ଫ୍ରିଜରେ ରଖିଥିଲେ । ଏହାପରେ ନିଜେ ମୁକ୍ତିକାନ୍ତ ମଧ୍ୟ ଆତ୍ମହତ୍ୟା କରିଦେଇଛନ୍ତି ।
ଖାକିରେ କଳଙ୍କ ଲଗାଇଲା ଭରତପୁର ଘଟଣା:
କମିଶନରେଟ୍ ପୋଲିସର ଭରତପୁର ଥାନା ଘଟଣା ଖାକିରେ କଳଙ୍କ ଲଗାଇଛି । ବିଳମ୍ବିତ ରାତିରେ ଥାନାକୁ ଅଭିଯୋଗ କରିବାକୁ ଯାଇଥିବା ସେନାବାହିନୀର କ୍ୟାପଟେନ୍ ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ମାରିବା ଘଟଣାରେ ବଦନାମ୍ ହୋଇଥିଲା ପୋଲିସ । ଏହି ଘଟଣାରେ ପୁଲିସ ଡିଜି ୱାଇ.ବି ଖୁରାନିଆ ତତ୍କାଳୀନ ଥାନା ଆଇଆଇସି ଦୀନକୃଷ୍ଣ ମିଶ୍ର, ଏସ୍ଆଇ ସରିଳମୟୀ ସାହୁ, ଏଏସ୍ଆଇ ସାଗରିକା ରଥ କନେଷ୍ଟବଳ ବଳରାମ ହାଁସଦାଙ୍କୁ ନିଲମ୍ବିତ କରିଥିଲେ । ଏହାପରେ ଥାନା ଓ ଫାଣ୍ଡିକୁ ଅଭିଯୋଗ ନେଇ ଯାଉଥିଲେ ଥାନାଅଧିକାରୀଙ୍କ କିଭଳି ରହିବ ବ୍ୟବହାର ସେନେଇ ସରକାର ଏସଓପି ଆଣିଥିଲେ । ସବୁ ଥାନାରେ ସିସିଟିଭି ଲଗାଇବାକୁ କଡା ନିର୍ଦ୍ଦେଶ ଦିଆଯାଇଥିଲା ।
ଅଧିକ ପଢନ୍ତୁ: ରାଜନୀତିରେ ବର୍ଷ ୨୦୨୪; ଭାଙ୍ଗିଦେଲା ୨୪ ବର୍ଷର ସରକାର, ନବୀନଙ୍କୁ ଗାଦିରୁ ହରାଇ ସରକାର ପରିବର୍ତ୍ତନର ପାଲଟିଲା ମୁକସାକ୍ଷୀ