ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ଼ ଉପ-କାରାଗାରରୁ ଦୁଇ ଜଣ ବିଚାରାଧୀନ କଏଦୀ ଫେରାର ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଫେରାର୍ ଦୁଇ ଜଣ କଏଦୀ ହେଲେ କେସିଙ୍ଗା ଅଂଚଳର ସୁମିତ ବିହାରୀ ଓ ସିନ୍ଧେକେଲା ଅଂଚଳର ଶୁଭମନ ରଣା। ଜେଲର ପାଚେରୀ ଡେଇଁ ଉଭୟ ଫେରାର ହୋଇଥିବା ବେଳେ ଏହା ପଛରେ କୌଣସି ଜେଲ କର୍ତ୍ତୃପକ୍ଷଙ୍କ ସମ୍ପୃକ୍ତି ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସୂଚନାଯୋଗ୍ୟ ଯେ, ଟିଟିଲାଗଡ଼ ଉପ-କାରାଗାରରେ ଥିବା ଏହି ୨ ଜଣ କଏଦୀ ଟିଟଲାଗଡ ଉପଖଣ୍ଡ ସିନ୍ଧେକେଲା ଥାନା ଅଞ୍ଚଳରେ ମାନସିକ ପୂରଣ ପାଇଁ ଦୁଇ ଶିଶୁଙ୍କୁ ବଳି ଦେଇ ସେମାନଙ୍କୁ କେସିଙ୍ଗା ଡାକ୍ତରଖାନା ପରିସରରେ କୂଅରେ ଫିଙ୍ଗି ଦେଵା ଅଭିଯୋଗରେ ଗିରଫ ହୋଇଥିଲେ। ତେବେ ଗତ ଶନିବାର ରାତି ପ୍ରାୟ ୮ଟାରେ ଜେଲର ପାଚେରୀ ଡେଇଁ ଉଭୟ ଫେରାର ମାରିଥିବା ଜେଲର ଚୈତନ୍ୟ ପ୍ରଧାନ ପ୍ରକାଶ କରିଛନ୍ତି। ଜେଲରୁ ମୁକ୍ତି ପାଇବା ପାଇଁ ଶୋଭାବନ ନିଜକୁ ପାଗଳ ଦର୍ଶାଇ କଟକ ମେଡିକାଲରେ ଭର୍ତ୍ତି ହୋଇ ଜାମିନ ଆବେଦନ କରିଥିଲା । ତେବେ ସେଥିରେ ସେ ବିଫଳ ହୋଇଥିଲା।
ତେବେ ଦୁହିଁଙ୍କ ଫେରାର୍ ପଛରେ ଜେଲ୍ର କୌଣସି କର୍ମଚାରୀଙ୍କ ହାତ ଥିବା ନେଇ ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅପରପକ୍ଷରେ ଏହି ଘଟଣାକୁ ନେଇ ଟିଟିଲାଗଡ଼ ପୋଲିସ ଓ ଜେଲ କର୍ମଚାରୀଙ୍କ ଦ୍ୱାରା ତଦନ୍ତ ଆରମ୍ଭ ହୋଇଛି।
ଅଧିକ ପଢନ୍ତୁ: ଶ୍ରୀମନ୍ଦିର ବେଢ଼ାକାଳୀ ମନ୍ଦିରରେ ନିଆଁ