ଭୁବନେଶ୍ବର: ରାଜ୍ୟରେ ବଢୁଛି ସାପ କାମୁଡା ମୃତ୍ୟୁ। ଗତ ଦୁଇ ବର୍ଷରେ ସମୁଦାୟ ସାପ ଚୋଟରେ ଗଲାଣି ୧୮୫୯ ଜଣ ଲୋକଙ୍କ ଜୀବନ। ଗୁରୁବାର ବିଧାନସଭାରେ ବିଧାୟିକା ସୁବାସିନୀ ଜେନାଙ୍କ ପ୍ରଶ୍ନର ଲିଖିତ ଉତ୍ତର ଦେଇ ରାଜସ୍ୱ ଓ ବିପର୍ୟ୍ୟୟ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।
ସୂଚନା ଅନୁଯାୟୀ, ଗତ ୨୦୨୩-୨୪ ଆର୍ଥିକ ବର୍ଷରେ ରାଜ୍ଯରେ ୧୧୫୦ଜଣ ସାପ କାମୁଡାରେ ପ୍ରାଣ ହରାଇଛନ୍ତି। ଏଥିରେ ୧୦୨୨ ଜଣଙ୍କ ପରିବାରକୁ ସରକାର ପକ୍ଷରୁ ଅନୁକମ୍ପା ରାଶି ମିଳିଛି। ୨୦୨୩-୨୪ରେ ବାଲେଶ୍ୱର ଜିଲ୍ଲାରେ ସର୍ବାଧିକ ସାପ କାମୁଡ଼ା ମୃତ୍ୟୁବରଣ କରିଛନ୍ତି। ତା’ ପଛକୁ କଟକ ଓ ଗଞ୍ଜାମ ଜିଲ୍ଲା ରହିଛନ୍ତି।
ସେହିପରି ୨୦୨୪-୨୫ରେ ସାପ କାମୁଡ଼ାରେ ୭୦୯ ଜଣଙ୍କ ଜୀବନ ଯାଇଛି। ଏଥି ମଧ୍ଯରୁ ୪୩୫ ଜଣଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ କରାଯାଇଛି। ୨୦୨୪-୨୫ରେ କଟକରେ ସର୍ବାଧିକ ଲୋକ ସାପ କାମୁଡାରେ ମୃତ୍ଯୁ ବରଣ କରିଛନ୍ତି। ଏହା ପଛକୁ ଗଞ୍ଜାମ ଓ କେନ୍ଦୁଝର ଜିଲ୍ଲା ରହିଛି।