ପୁରୀ: ଆଗକୁ ଆସୁଛି ପବିତ୍ର ଘୋଷଯାତ୍ରା । ଏଥିପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବେଳେ ୨୦୨୬ ଘୋଷଯାତ୍ରା ବେଳକୁ ଗୁଣ୍ଡିଚା ମନ୍ଦିର ରୋଷଘର କାମ ସରିବ ବୋଲି ନିଷ୍ପତ୍ତି ନିଆଯାଇଛି । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏନେଇ ସୂଚନା ଦେଇଛନ୍ତି ।
ତେବେ ଚଳିତବର୍ଷ ନୀଳାଦ୍ରୀ ବିଜେ ସରିଲେ ରୋଷ ଘର କାମ ଆରମ୍ଭ ହେବ । ଏବଂ ଏବେ ଠାରୁ କାମ ଆରମ୍ଭ କଲେ ହିଁ ୨୦୨୬ ଘୋଷଯାତ୍ରା ବେଳକୁ କାମ ସଂମ୍ପୂର୍ଣ୍ଣ ହେବ । ପରିକ୍ରମା ପ୍ରକଳ୍ପ କାମ ପାଖାପାଖି ସରିଛି, ଆଉ କିଛି ବାକି ରହିଛି। ସଠିକ୍ ଭାବରେ କାମ ସାରିବାକୁ ସମ୍ପୃକ୍ତ ସଂସ୍ଥା ମାନଙ୍କୁ କୁହାଯାଇଛି।