ଭୁବନେଶ୍ୱର: ରାଜ୍ୟରେ ୨୦,୪୩୫ ଏକର ଅନାବାଦୀ ଜମି ଜବରଦଖଲ । ସର୍ବାଧିକ ଯାଜପୁର ଜିଲ୍ଲାରେ ୭୧୬୦ ଅନାବାଦୀ ଜମି ଜବରଦଖଲ ହୋଇଛି । ସମ୍ବଲପୁରରେ ୪୪୦୩ ଏକର ଅନାବାଦୀ ଜମି ଜବରଦଖଲ ହୋଇଥିବା ବେଳେ ମୟୁରଭଞ୍ଜରେ ୨୨୨୪ ଏକର ଅନାବାଦୀ ଜମି ଜବରଦଖଲ ହୋଇଛି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ରାଜସ୍ୱ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଉତ୍ତର ରଖିଛନ୍ତି ।