ଉଚ୍ଚଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି । ଏଣିକି ଯୁକ୍ତ ଦୁଇ ପରେ ପଢ଼ିହେବ ବିଏଡ୍ ପାଠ୍ୟକ୍ରମ । ଏନେଇ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।
ସୂଚନା ଅନୁସାରେ , ରାଜ୍ୟରେ ବି.ଇଡି ପାଠ୍ୟକ୍ରମ ପାଇଁ ଶିକ୍ଷାଗତ ଯୋଗ୍ୟତାରେ ପରିବର୍ତ୍ତନ ହୋଇଛି । ଆସିବ ନୂଆ କୋର୍ସ ITEP (Intigreted teacher education programme) । ରାଜ୍ୟରେ ଥିବା ୧୬ ଟି ଶିକ୍ଷକ ଶିକ୍ଷଣ ଅନୁଷ୍ଠାନ ମଧ୍ୟରୁ ୮ ଟି ଅନୁଷ୍ଠାନ ସହିତ ନିକଟସ୍ଥ ମହାବିଦ୍ୟାଳୟର ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇଛି । ଏସବୁ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ୫ ବର୍ଷ ବଦଳରେ ୪ ବର୍ଷର କୋର୍ସ ରହିବ ବୋଲି ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି ।
ତେବେ ବର୍ତ୍ତମାନ ବିଏଡ୍ ପାଠ୍ୟକ୍ରମରେ ନାମ ଲେଖାଇବାକୁ ହେଲେ ଛାତ୍ରଛାତ୍ରୀଙ୍କୁ +୩ରେ ୫୦% ମାର୍କ ରଖିବା ବାଧ୍ୟତାମୂଳକ ଥିବା ବେଳେ ବିଟେକ୍ ଓ ବିଇ ଗ୍ରାଜୁଏଟଙ୍କ ପାଇଁ ୫୫ ପ୍ରତିଶତ ମାର୍କ ଆବଶ୍ୟକ ଥିଲା । ଏହାସହ ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀ ଏବଂ ଅନୁସୂଚିତ ଜାତି ଜନଜାତିଙ୍କ ପାଇଁ ବିଏଡ୍ ପାଠ୍ୟକ୍ରମ ପାଇଁ ସଂରକ୍ଷଣ ବ୍ୟବସ୍ଥା ମଧ୍ୟ ରହିଥିଲା । କିନ୍ତୁ ଖୁବ ଶୀଘ୍ର ଏ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି । ଖାଲି ସେତିକି ନୁହେଁ ଜାତୀୟ ଶିକ୍ଷାନୀତି ଲାଗୁ ହେବା ପରେ ଅନେକ ସୃଜନଶୀଳ କାର୍ଯ୍ୟକ୍ରମ ଉଚ୍ଚଶିକ୍ଷା ପକ୍ଷରୁ ନିଆଯାଉଥିବା ସୂଚନା ରହିଛି ।