କଟକ: ବାରବାଟୀରେ ଖେଳାଯାଇଥିଲା ଭାରତ-ଇଂଲଣ୍ଡ ଦ୍ୱିତୀୟ ଏକ ଦିବସୀୟ ମ୍ୟାଚ୍ । ଯାହାକୁ ନେଇ ଆଜି ଯାଏ ଚର୍ଚ୍ଚା ଥମିବାର ନା ଧରୁନାହିଁ। ମ୍ୟାଚ୍ ଦିନ ଦେଖିବାକୁ ମିଳିଥିଲା ଶ୍ରେୟସ ଆୟରଙ୍କର ସୁନ୍ଦର ଓ ବିଶାଳ ମନୋଭାବ। ଶ୍ରେୟସ ଆୟର ବଲ୍ ବଏ ମାନଙ୍କ ସହ କଥାବାର୍ତ୍ତା ହେବା ସହ ଜଣେ ବଲ୍ ବଏଙ୍କୁ ପାଖକୁ ଡାକି ନିଜର ନୂଆ ଗ୍ଲୋବ୍ସ ଉପହାର ଦେଇଥିଲେ।
ଶ୍ରେୟସ ଆୟରଙ୍କଠାରୁ ଗ୍ଲୋଵ୍ସ ଉପହାର ପାଇଥିବା ପିଲାଟି ହେଉଛନ୍ତି କଟକର ଅମୃତାଂଶୁ ଦାସ। ଶ୍ରେୟସଙ୍କ ଠାରୁ ଅମୃତାଂଶୁ ଗ୍ଲୋବସ ପାଇବା ସହ ଡକେଟ ଓ ରସିଦଙ୍କ ଭଳି ଇଂଲଣ୍ଡର ଖେଳାଳି ମାନେ ତାଙ୍କ କ୍ୟାପରେ ଅଟୋଗ୍ରାଫ ମଧ୍ୟ ଦେଇଛନ୍ତି। ଯାହାଫଳରେ ଅମୃତାଂଶୁଙ୍କ ଖୁସିର କୌଣସି ଠିକଣା ନାହିଁ।