ପାକିସ୍ତାନକୁ ଆମେରିକାର ଝଟକା, ପାକ୍ ସେନା ଅଧିକାରୀଙ୍କ ତାଲିମରେ ରୋକ
Khabar Odisha:us-trump-administration-barred-pakistani-military-officials-training-programs-stops-funding
ଆମେରିକା, ଅଗଷ୍ଟ ୧୧(ଖବର ଓଡିଶା) :

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପଙ୍କ ସରକାର ପାକିସ୍ତାନୀ ମିଲିଟାରୀ ଅଧିକାରୀଙ୍କୁ ଟ୍ରେନିଂ ଏବଂ ଏଜୁକେସନ ପ୍ରୋଗ୍ରାମ ଉପରେ ରୋକ ଲଗାଇଛି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ୬୬ଜଣ ପାକିସ୍ତାନୀ ଅଫିସରଙ୍କୁ ଏହି ବର୍ଷ ଆମେରିକାରେ ଟ୍ରେନିଂ ଦିଆ ଯାଇଥାନ୍ତା । ଏହା ସହ ଏହି ଟ୍ରେିନିଂ ପାଇଁ ଆମେରିକା ଦେବାକୁ ଥିବା ଫଣ୍ଡକୁ ନିଳମ୍ବନ କରାଯାଇଛି । ଏହା ପୂର୍ବରୁ ଆମେରିକା ପାକିସ୍ତାନକୁ ଆତଙ୍କବାଦ ବିରୋଧରେ ଲଢିବା ପାଇଁ ଦିଆଯାଉଥିବା ଫଣ୍ଡ୍ ଉପରେ ମଧ୍ୟ ରୋକ ଲଗାଇଛି । 

ଟ୍ରେନିଂ ଏବଂ ଏଜୁକେସନ ପ୍ରୋଗ୍ରାମ ବନ୍ଦ କରିବା ପାଇଁ ଆମେରିକା ପ୍ରତିରକ୍ଷା ବିଭାଗ ନିଷ୍ପତି ନେଇଛି । ପାକିସ୍ତାନକୁ ଏନେଇ ବିଭାଗ ତରଫରୁ ଅବଗତ କରାଯାଇଥିଲେ ସୁଧା ପାକ୍ ତରଫରୁ କୌଣସି ପ୍ରତିକ୍ରିୟା ଆସିନାହିଁ । କିନ୍ତୁ ରିପୋର୍ଟ୍ ଅନୁସାରେ ଦୁଇ ଦେଶର ମିଲିଟାରୀ ଅଧିକାରୀ ଏସମ୍ବନ୍ଧରେ ଆଲୋଚନା କରି ସାରିଛନ୍ତି । 

ଏହି ନିଷ୍ପତି ପରେ ପାକିସ୍ତାନ ଚୀନ ଏବଂ ରୁଷଠାରୁ ଅଧିକ ସାହାଯ୍ୟ ମାଗିପାରେ । ଆଫଗାନିସ୍ତାନ ଏବଂ ପାକିସ୍ତାନରେ ଅବସ୍ଥାପିତ ଆମେରିକା ପ୍ରତିନିଧୀ ଡେନ୍ ଫେଡମ୍ୟାନ୍ ଟ୍ରମ୍ପ୍ ସରକାରଙ୍କ ଏହି ନିଷ୍ପତିକୁ ନାପସନ୍ଦ କରିଛନ୍ତି । ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ତିକ୍ତତା ଆସିଛି । 

ଏହା ପୂର୍ବରୁ ଚଳିତ ବର୍ଷ ଟ୍ରମ୍ପ୍ ଟ୍ୱିଟ ଯୋଗେ ପାକିସ୍ତାନ ଆତଙ୍କବାଦୀଙ୍କ ପାଇଁ ସୁରକ୍ଷିତ ସ୍ଥାନ ବୋଲି କହିଥିଲେ । ୧୫ ବର୍ଷ ଧରି ପାକିସ୍ତାନକୁ ଅମେରିକା ଦେଉଥିବା ସହାୟତା ରାଶି ମୁର୍ଖତାର ପରିଚୟ ବୋଲି ଟ୍ରମ୍ପ୍ କହିଥିଲେ ।  

  • Tags:

Subscribe

National International State Sports Entertainment