୨୦୧୯ ବିଶ୍ୱକପରୁ ବାହାର ହୋଇପାରନ୍ତି ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ରାହୁଲ, ସଂକେତ ଦେଲା ସିଓଏ
Khabar Odisha:sports-odisha-Pandya-Kl-Rahul-Could-Miss-Icc-World
ନୂଆଦିଲ୍ଲୀ,ଜାନୁଆରୀ ୧୨ (ଖବର ଓଡିଶା)

 କରଣ ଜୋହରଙ୍କ ଟିଭି ସୋରେ ମହିଳାଙ୍କ ପ୍ରତି ଦେଇଥିବା ବିବାଦୀୟ ବୟାନ ପାଇଁ ବିଶ୍ୱକପରୁ ବହାରି ପାରନ୍ତି ହାର୍ଦ୍ଦିକ ପାଣ୍ଡ୍ୟା ଓ ରାହୁଲ । ଏହିପରି କିଛି ସଂକେତ ଦେଇଛନ୍ତି ପ୍ରସାଶନିକ ସମିତିର ସଦସ୍ୟ ଏବଂ ପୂର୍ବରୁ ମିହିଳା କ୍ରିକେଟର ଡାୟନା ଇଡୁଲଜି । ଶୁକ୍ରବାର ଡାୟନାଙ୍କ ନିବେଦନ ପରେ ପାଣ୍ଡ୍ୟା ଏବଂ ରାହୁଲଙ୍କୁ ଆଗାମୀ ନିଷ୍ପତ୍ତି ପର୍ଯ୍ୟନ୍ତ ସସପେଣ୍ଡ କରାଯାଇଛି । ଏହି ଆବେଦନ କରିବା ପୂର୍ବରୁ ଡାୟନା ଆଇନଗତ ପରାମର୍ଶ ନେଇଥିଲେ । 

ଦୁଇ ଖେଳାଳିଙ୍କ ଉପରେ ସସପେଣ୍ଡ ପାଇଁ ଆବେଦନ କରିବା ପେର ଅଷ୍ଟ୍ରେଲିଆ ବିପକ୍ଷ ସିରିଜରୁ ଦୁହିଁକୁ ଭାରତକୁ ଫେରି ଆସିବାକୁ କୁହାଯାଇଛି । ଏହା ପରେ ବିସିସିଆଇ ଗୋଟିଏ କମିଟି ଗଠନ କରି ଦୁଇଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ନିଆଯିବ ସେନେଇ ନିଷ୍ପତ୍ତି ନେବ । ତେବେ ଆସନ୍ତା ବିଶ୍ୱକପର ଏହି ଦୁଇ ଖେଳାଳି ଦଳରେ ସାମିଲ ରହିନପାରନ୍ତି  ବୋଲି ଡାୟନା ଏକ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ।

Subscribe

National International State Sports Entertainment