ରାୟବରେଲି ଦୁର୍ଘଟଣାର ଖୋଲିଲା ରହସ୍ୟ: ଭୂଲ ରେଳ ଧାରଣାରେ ଚାଲିଥିଲା ଟ୍ରେନ
Khabar Odisha:new-farakka-express-train-accident-raebareli-internal-report-signal-fault
ନୂଆଦିଲ୍ଲୀ, ଅକ୍ଟୋବର ୧୨, (ଖବର ଓଡିଶା)

 ରାୟବରେଲି ଦୁର୍ଘଟଣାରେ ରେଳବାଇର ଯାଂଚ ରିପୋର୍ଟରେ ଏହି ଦୁର୍ଘଟଣା ସିଗନାଲର ଯାନ୍ତ୍ରିକ ତ୍ରୁଟି ପାଇଁ ହୋଇଛି ବୋଲି କୁହାଯାଇଛି । ଯାଂଚ ରିପୋର୍ଟରେ କୁହାଯାଇଛି କି, ନ୍ୟୁ ଫରକ୍କା ଏକ୍ସପ୍ରେସ୍ ଭୁଲ ଟ୍ରାକରେ ଯିବା କାରଣରୁ ରେଳ ଧାରଣାରୁ ଖସି ପଡିଥିଲା ସେଥିପାଇଁ  ଏହି ଦୁର୍ଘଟଣା  ଘଟିଥିଲା । ରିପୋର୍ଟ ମୁତାବିକ, ଯେଉଁ ଟ୍ରାକରେ ଟ୍ରେନଟି ଯିବା କଥା ସେହି ଟ୍ରାକରେ ନ ଯାଇ ଅନ୍ୟ ଟ୍ରାକରେ ସିଗନାଲ ମିଳିବା କାରଣରୁ ଟ୍ରେନଟି ସେହି ଟ୍ରାକରେ ଚାଲିଯାଇଥିଲା । 

ରେଳବାଇର ସଂଯୁକ୍ତ ତଦନ୍ତ ରିର୍ପୋଟ ଅନୁଯାୟୀ, ଗାଡି ସଂଖ୍ୟା ୧୪୦୦୩ ପାଇଁ ଲାଇନ ନମ୍ବର ୨ରେ ମେନ ଲାଇନ ପାଇଁ ସମସ୍ତ ଆଗମନ ଓ ପ୍ରସ୍ଥାନ ସିଗନଲ ଅଫ ଥିଲା । ଡ୍ରାଇଭର ଓ ଷ୍ଟେସନ ମାଷ୍ଟରଙ୍କ ବୟାନ ଅନୁଯାୟୀ ଏହା ପ୍ରମାଣିତ ହେଉଛି କିନ୍ତୁ ଦୁର୍ଘଟଣାସ୍ଥଳରେ ପଏଂଟ ନମ୍ବର ୪୨ ବି ଫାଶରେ ଲାଇନ ୧ ପାଇଁ ତିଆରି ହୋଇଥିଲା କିନ୍ତୁ ପ୍ୟାନେଲ ଉପରେ ଲାଇନ ନମ୍ବର ୧ରେ ବର୍ôଥଙ୍ଗ ଟ୍ରାକରେ ହଳଦୀ ଲାଇଟ ଦେଖା ଯାଉଥିଲା । 

ଅତିରିକ୍ତ ରିର୍ପୋଟରେ କୁଯାହାଇଛି କି, ରେଳ ଦୁର୍ଘଟଣାରେ ଏହି ପରିସ୍ଥିତିକୁ ଦେଖିଲେ ଏପରି ଜଣାପଡୁଛି କି, କୌଣସୀ ପ୍ରକାର ଯାନ୍ତ୍ରିକ ତ୍ରୁଟି କାରଣରୁ ଗାଡି ଚାଲିବା ବେଳେ ଆପେ ଆପେ ପଏଟଂ ବଦଳି ଯିବା କାରଣରୁ ଏହି ଦୁର୍ଘଟଣା ଘଟିଛି । ବର୍ତମାନ ପର୍ଯ୍ୟନ୍ତ ଏହାର ତଦନ୍ତ ଜାରୀ ରହିଛି । ଏହାର ସମସ୍ତ ତଦନ୍ତ ଶେଷ ହେବା ପରେ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡିବ ।  

                                                                                      

Subscribe

National International State Sports Entertainment