ଭୂତଳ ଜଳ ସଂରକ୍ଷଣ ପାଇଁ ଖର୍ଚ୍ଚ ହେବ ୧୧୧୫ କୋଟି, ନାବାର୍ଡ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ
Khabar Odisha:mou-signed-between-nabard-and-state-govertment
ଭୁବନେଶ୍ୱର, ଅଗଷ୍ଟ ୧୦(ଖବର ଓଡ଼ିଶା):

ଭୂତଳ ସଂରକ୍ଷଣ ପାଇଁ ରାଜ୍ୟ ସରକାର ଓ ନାବାର୍ଡ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ଚୁକ୍ତି ଅନୁଯାୟୀ ପ୍ରକଳ୍ପ ନିର୍ମାଣ ପାଇଁ ଦକ୍ଷିଣ କୋରିଆସ୍ଥିତ ଗ୍ରୀନ କ୍ଲାଇମେଟ୍‌ ଫଣ୍ଡ (ଜିସିଏଫ୍‌) ଅର୍ଥ ପ୍ରଦାନ କରିବ । ଏହି ଜିସିଏଫ୍‌ ଅର୍ଥରେ ପ୍ରକଳ୍ପ କରିବା ଓଡ଼ିଶା ଭାରତରେ ପ୍ରଥମ ରାଜ୍ୟ ବୋଲି ମୁଖ୍ୟମନ୍ତ୍ରୀ ଏମ୍‌ଓୟୁ ସ୍ୱାକ୍ଷରିତ ଅବସରରେ କହିଛନ୍ତି । 

ଆଜି ସଚିବାଳୟରେ ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗର ସ୍ୱତନ୍ତ୍ର ସଚିବ ଓ ନାବାର୍ଡ ସିଜିଏମ୍‌ଙ୍କ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ବର୍ଷା ଦିନରେ ବୋହି ଯାଉଥିବା ପାଣିକୁ ରାଜ୍ୟରେ ୧୦ ହଜାର ପୋଖରୀରେ ପୁନଃଉଦ୍ଧାର କରିବା ସହିତ ରିଚାର୍ଜ ଷ୍ଟ୍ରକଚର ନିର୍ମାଣ କରାଯାଇ ଭୂତଳେ ଅଧିକରୁ ଅଧିକ ଜଳ ସଂଗ୍ରହ କରାଯିବ । ଏହାକୁ ପରବର୍ତ୍ତୀ ସମୟରେ ବ୍ୟବହାର କରାଯାଇ ପାରିବ । ହଜାରେ ଗୋଟି ସ୍ଥାନରେ ସୌରଶକ୍ତି ଚାଳିତ ପମ୍ପରେ ଜଳ ଉତ୍ତୋଚନ କରି ଅଣୁ ଜଳସେଚନ ପାଇଁ ବ୍ୟବହାର କରାଯିବ । ରାଜ୍ୟର ୧୫ ଜିଲ୍ଲାରେ ଏହା କାର୍ଯ୍ୟକାରୀ ହେବ । ଏଥିପାଇଁ ୧୧୧୫ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବାବେଳେ ୨୩୨ କୋଟି ଟଙ୍କା ଜିସିଏଫ୍‌ ନାବାର୍ଡ ମାଧ୍ୟମରେ ଯୋଗାଇ ଦେବ । ଏହାକୁ ୫ ବର୍ଷ ମଧ୍ୟରେ ସଂପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରହିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।

  • Tags:

Subscribe

National International State Sports Entertainment