ତିରଚି ବିମାନବନ୍ଦରରେ କାନ୍ଥକୁ ଧକ୍କା ଦେଲା ଏୟାର ଇଣ୍ଡିଆ ବିମାନ, ବର୍ତ୍ତିଲେ ୧୩୬ ଯାତ୍ରୀ
Khabar Odisha:air-india-flight-hit-trichy-airport-wall-during-take-off-136-on-board

ନୂଆଦିଲ୍ଲୀ, ଅକ୍ଟୋବର ୧୨ (ଖବର ଓଡ଼ିଶା): ତାମିଲନାଡୁର ତିରଚି ରୁ ଦୁବାଇ ପାଇଁ ବାହାରିଥିବା ଏୟାର ଇଣ୍ଡିଆର ବିମାନ କାନ୍ଥକୁ ଧକ୍କା ଦେଇଛି । ଏହି ବିମାନ ରନ-ୱେରୁ ଉଠୁଥିବା ବେଳେ ବିମାନବନ୍ଦର ପରିସରରେ ଥିବା କୋଠା ଓ କାନ୍ଥକୁ ଧକ୍କା ଦେଇଛି । ବିମାନରେ ୧୩୬ ଜଣ ଯାତ୍ରୀ ଥିଲେ । ଟେକ ଅଫକରୁଥିବା ବେଳେ ବମାନର କିଛି ଚକ କୋଠାରେ ଲାଗିଯାଇଥିଲା । ଫଳରେ ବିମାନଟି କୋଠା ଓ କାନ୍ଥକୁ ଧକ୍କା ଦେଇଥିଲା । ପରେ ବିମାନକୁ ସୁରକ୍ଷିତ ଭାବରେ ମୁମ୍ବାଇରେ ଲ୍ୟାଣ୍ଡ କରି ଦିଆଯାଇଥିଲା । ଗୁରୁବାର ସକାଳୁ ଏହି ଘଟଣା ଘଟିଥିଲା । 

ବିମାନ ମୁମ୍ବାଇରେ ଅବତରଣ କରିବା ପରେ ବିମନବନ୍ଦରର ଅଧିକାରୀମାନେ ଘଟଣାର ସ୍ଥିତି ସଂପର୍କରେ ସମୀକ୍ଷା କରିଥିଲେ । ବିମାନ ସହିତ ହୋଇଥିବା ଏହି ଘଟଣା ପରେ ରୁଟ ପରିବର୍ତ୍ତନ କରି ମୁମ୍ବାଇରେ ଲ୍ୟାଣ୍ଡ କରାଯାଇଥିଲା । ଯାଞ୍ଚ ପରେ ଜଣାପଡ଼ିଥିଲା ଯେ, ବିମାନର ତଳ ଅଂଶକୁ କ୍ଷତି ପହଞ୍ଚାଇଥିଲା । ବିମାନ ଏତେ ବଡ଼ ଧକ୍କା ଦେଇଥିଲା ଯେ ବିମାନବନ୍ଦରନର କିଛି କାନ୍ଥ ଭାଙ୍ଗି ଯାଇଥିଲା । ମାତ୍ର ଖୁସିର ବିଷୟ ଯେ ୧୩୬ ଲୋକଙ୍କ ଜୀନବ ନିରାପଦ ଥିଲା ।

 

  • Tags:

Subscribe

National International State Sports Entertainment