ତିତଲି ପାଇଁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ, ୬ଟି ଟ୍ରେନ୍ ବାତିଲ
Khabar Odisha:Train-Service-Stop-for-Cyclone-Titli
ଭୁବନେଶ୍ୱର, ୧୧ ଅକ୍ଟୋବର(ଖବର ଓଡ଼ିଶା):

ବାତ୍ୟା "ତିତଲି' ପ୍ରଭାବରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଥିବାରୁ ୬ଟି ଟ୍ରେନକୁ ବାତିଲ୍ କରାଯାଇଥିବା ବେଳେ ଗୋଟିଏର ରୁଟ୍ ବଦଳା ଯାଇଛି । ତିତଲି ପ୍ରଭାବରେ ଆନ୍ଧ୍ରର ପଲାସା ରେଳ ଷ୍ଟେସନ୍ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି । ପ୍ଲାଟଫର୍ମ ଉପରେ ଥିବା ଛପର ଉଡିଯାଇଥିବା ବେଳେ ବଡ ବଡ ଗଛ ରେଳ ଧାରଣା ଉପରେ ପଡିଯିବାରୁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

ବାତିଲ୍ ହୋଇଥିବା ଟ୍ରେନ୍ ଗୁଡ଼ିକ ହେଉଛି, ଭୁବନେଶ୍ୱର-ବିଶାଖାପଟନମ୍ ଇଂଟରସିଟି, ବିଶାଖାପଟନମ୍-ଦୀଘା ଏକ୍ସପ୍ରେସ୍, ଯଶୋବନ୍ତପୁର-ହାୱଡ଼ା ଏକ୍ସପ୍ରେସ୍, ବାଙ୍ଗାଲୋର କାଂଟ-ଗୌହ୍ୱାଟୀ ଏକ୍ସପ୍ରେସ୍, ଯଶୋବନ୍ତପୁର-ମୁଜାଫରପୁର ଏକ୍ସପ୍ରେସ୍ ଓ ହାୱଡା-ହାଇଦ୍ରାବାଦ ଇଷ୍ଟକୋଷ୍ଟ । ଅନ୍ୟପକ୍ଷରେ ହାୱଡ଼ା-ସିକନ୍ଦରାବାଦ ଫାଲକନାମାର ରୁଟ୍ ବଦଳା ଯାଇଛି । ଏହା ଖଡ଼ଗପୁର-ଟାଟା-ବିଳାସପୁର-କାଜିପେଟ୍ ରୁଟରେ ଯିବ । ସେହିପରି ଖଡ଼ଗପୁର-ଭିଲିପୁରମ ଏକ୍ସପ୍ରେସ୍ ର ସମୟ ବଦଳାଯାଇଛି । ୨ଟା ୫ ପରିବର୍ତେ ସନ୍ଧ୍ର୍ୟାଦ ୬ଟା ୫ରେ ଖଡ଼ଗପୁର ଛାଡ଼ିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି । ଗତକାଲି ମଧ୍ୟ ବହୁ ଟ୍ରେନ୍ ର ସମୟ ପରିବର୍ତନ କରାଯାଇଥିଲା ।

ଅନ୍ୟପକ୍ଷେ ତିତଲି ପାଇଁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ବାତିଲ କରାଯାଇଥିବା ବିମାନ ଗୁଡିକ ଉଡାଣ ଭରିଛି। ସେଠାରେ ବିମାନ ଚଳାଚଳ ଏବେ ସ୍ୱାଭାବିକ ରହିଥିବା ବିମାନବନ୍ଦର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ‘ତିତ୍‌ଲି’ ପାଇଁ ଗତକାଲି ୫ଟି ଇଣ୍ଡିଗୋ ବିମାନକୁ ବାତିଲ କରାଯାଇଥିଲା। ରାତ୍ରିକାଳୀନ ପାର୍କିଂକୁ ମଧ୍ୟ ବାତିଲ କରାଯାଇଥିଲା।  

Subscribe

National International State Sports Entertainment