ପୁରୀ ହିଂସା ମାମଲାରେ ଗିରଫଙ୍କ ସଂଖ୍ୟା ୬୬କୁ ବୃଦ୍ଧି
Khabar Odisha:Puri-Violence--6-more-Arrested
ପୁରୀ, ୧୨ ଅକ୍ଟୋବର(ଖବର ଓଡ଼ିଶା):

 ଶ୍ରୀମନ୍ଦିରରେ ଧାଡି ଦର୍ଶନକୁ ବିରୋଧ କରି ଗତ ୩ ତାରିଖରେ ପୁରୀରେ ହୋଇଥିବା ହିଂସାକାଣ୍ଡ ଓ ଭଙ୍ଗାରୁଜା ଘଟଣାରେ ଗିରଫଙ୍କ ସଂଖ୍ୟା ୬୬କୁ ବୃଦ୍ଧି ପାଇଛି। ଆଜି ଏହି ଘଟଣାରେ ୬ ଜଣଙ୍କୁ ଗିରଫ କରିବା ପରେ ଗିରଫଙ୍କ ସଂଖ୍ୟା ବୃଦ୍ଧି ପାଇଛି। ସିଂହଦ୍ୱାର ପୋଲିସ ଦ୍ୱାରା ୪ ଓ ଟାଉନ ଥାନା ପୋଲିସ ଦ୍ୱାରା ୨ ଜଣ ଗିରଫ ହୋଇଛନ୍ତି। ଆଗକୁ ମଧ୍ୟ ଗିରଫଙ୍କ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି।    

ଅକ୍ଟୋବର ୩ ତାରିଖରେ ଶ୍ରୀମନ୍ଦିରରେ ଧାଡି ଦର୍ଶନ ବ୍ୟବସ୍ଥାକୁ ବିରୋଧ କରି ସାଂସ୍କୃତିକ ସହର ପୁରୀ ରଣକ୍ଷେତ୍ର ପାଲଟିଥିଲା। ଆନ୍ଦୋଳନକାରୀ ଓ ପୋଲିସ ମୁହାଁମୁହିଁ ହୋଇଥିଲେ । ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ଆନ୍ଦୋଳନକାରୀଙ୍କ ଉପରେ ପୋଲିସ ଲାଠିଚାର୍ଜ କରିବା ସହ ଲୁହବୁହା ଗ୍ୟାସ ଓ ରବର ଗୁଳି ମାଡ ମଧ୍ୟ କରିଥିଲା । ଉତ୍ୟକ୍ତ ଲୋକେ ବଳଗଣ୍ଡି ଛକରେ ଟ୍ରାଫିକ ପୋଷ୍ଟ ପୋଡିଦେଇଥିଲେ । ଭକ୍ତ ମାନେ ବ୍ୟାରିକେଡ ଭାଙ୍ଗି ମୁଖ୍ୟଦ୍ୱାର ସମେତ ବିଭିନ୍ନ ଦ୍ୱାରରେ ଶ୍ରୀମନ୍ଦିରକୁ ଧସେଇ ପଶିଥିଲେ । କେବଳ ସେତିକି ନୁହେଁ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ସ୍କାନର ମେସିନ, ୪ଟି ମେଟାଲ ଡିଟେକ୍ଟର ଭାଙ୍ଗିବା ସହ ରିଦ୍ୱାରରେ ଲାଗିଥିବା ହୋର୍ଡିଂକୁ ଚିରି ଦେଇଥିଲେ । ଏହା ବ୍ୟତୀତ ପ୍ରଶାସନ ପକ୍ଷରୁ ଦିଆଯାଇଥିବା ଜୋତାଷ୍ଟାଣ୍ଡକୁ ଭାଙ୍ଗିଦେଇଥିଲେ । ଏହାକୁ ନେଇ ସେଠାରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି । ସିଂହଦ୍ୱାର ଥାନା ଉପରକୁ ଢେଲା ପଥର ମାଡ କରିବା ସହ କାର୍ଯ୍ୟାଳୟର ଆସବାବ ପତ୍ର ଭଙ୍ଗାରୁଜା କରିଥିଲେ।

ଏହି ଘଟଣାରେ ପୋଲିସ ଦ୍ୱାରା ସିସିଟିଭି ମାଧ୍ୟମରେ ଆନ୍ଦୋଳନକାରୀଙ୍କୁ ଗିରଫ କରାଯାଉଛି। କ୍ରମିକ ପର୍ଯ୍ୟାୟରେ ଗିରଫଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଆଗକୁ ମଧ୍ୟ ଏହି ଘଟଣାରେ ଗିରଫଙ୍କ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା କରାଯାଉଛି।  

Subscribe

National International State Sports Entertainment