ମନ୍ତ୍ରୀ ସୁଶାନ୍ତ ସିଂଙ୍କ ବିତଣ୍ଡା ଯୁକ୍ତି, ଅଘୋଷିତ ବିଜୁଳି କାଟ ପାଇଁ ଜଙ୍ଗଲ ବିଭାଗ ଦାୟୀ ! ଚର୍ଚ୍ଚାରେ ନବୀନଙ୍କ ମନ୍ତ୍ରୀ
Khabar Odisha:Electricity-problem-row-minister-Sushant-singh-byte
ଭୁବନେଶ୍ବର, ୧୧ ଜୁଲାଇ (ଖବର ଓଡିଶା):

ପୁଣି ଚର୍ଚ୍ଚାକୁ ଆସିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଉ ଜଣେ ମନ୍ତ୍ରୀ  । ବନ୍ଦେ ଉତ୍କଳ ଜନନୀ ସଙ୍ଗୀତରେ ପରିବର୍ତ୍ତନ ଆଣିବାକୁ ଆହ୍ବାନ କରି ଚର୍ଚ୍ଚାକୁ ଆସିଥିବା ମନ୍ତ୍ରୀ ସୁଶାନ୍ତ ସିଂ ଅଘୋଷିତ ବିଜୁଳି କାଟ ପାଇଁ କରିଛନ୍ତି ବିତଣ୍ଡା ଯୁକ୍ତି  । ମନ୍ତ୍ରୀ ଏ ଯୁକ୍ତି ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ମନ୍ତ୍ରୀମଣ୍ଡଳରେ ରହିଥିବା ମନ୍ତ୍ରୀ ମାନଙ୍କ ପାରିବାପଣିଆକୁ ନେଇ ପୁଣି ଉଠିଛି ପ୍ରଶ୍ନ  । ଅଘୋଷିତ ବିଜୁଳି କାଟ ପାଇଁ ସାଧାରଣ ଜନତା ହନ୍ତସନ୍ତ ହେଉଥିବା ବେଳେ ଶକ୍ତିମନ୍ତ୍ରୀ ସୁଶାନ୍ତ ସିଂ ଗଣମାଧ୍ୟମରେ ଦେଇଥିବା ପ୍ରତିକ୍ରିୟା ସାଧାରଣରେ ପ୍ରଶ୍ନ ଉଠିଛି  । ଏପରିକି ମନ୍ତ୍ରୀମାନଙ୍କର ଏହିପରି ମନ୍ତବ୍ୟ ନିଜ ମୁଣ୍ଡରୁ ଦାୟିତ୍ବ ଖସାଇବା ପାଇଁ ଉଦିଷ୍ଟ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମାନଙ୍କ ମହଲରେ ଆଲୋଚନା ହେଉଛି  ।

ମନ୍ତ୍ରୀ ଶ୍ରୀ ସିଂ ଗଣମାଧ୍ୟମରେ ତାଙ୍କର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ରାଜ୍ୟରେ ଅଘୋଷିତ ବିଜୁଳି କାଟ ପାଇଁ ପରୋକ୍ଷରେ ଜଙ୍ଗଲ ବିଭାଗ ଦାୟୀ  । ଗଛ କାଟିବା ପାଇଁ ଜଙ୍ଗଲ ବିଭାଗ ଠିକ୍ ସମୟରେ ଅନୁମତି ଦେଉନଥିବା ହେତୁ ଏପରି ଘଟଣା ଘଟୁଛି  । ପରୋକ୍ଷରେ ମନ୍ତ୍ରୀ ସୁଶାନ୍ତ ସିଂ ଏପରି ମନ୍ତବ୍ୟ ଦେଇ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି  ।

ଗତ କିଛିବର୍ଷ ଧରି ରାଜ୍ୟରେ ଅଘୋଷିତ ବିଜୁଳି କାଟ ଜାରି ରହିଛି  । ସେ ଖରା ହେଉ ଅବା ବର୍ଷା ସବୁ ସମୟରେ ଏପରି ଘଟଣା ଘଟିବାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି  । ଲୋକ ଏହାକୁ ନେଇ ରାସ୍ତାକୁ ମଧ୍ୟ ଓହ୍ଲାଇଛନ୍ତି  । ତେବେ ଏ ସମୟରେ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଏହିପରି ବିତଣ୍ଡା ଯୁକ୍ତି ତାଙ୍କୁ ପୁଣିଥରେ ଚର୍ଚ୍ଚାକୁ ଆସିଛି  ।

ନବୀନଙ୍କ ମନ୍ତ୍ରୀମଣ୍ଡଳରେ ଗୋଟିଏ ବିଭାଗ ଅନ୍ୟ ବିଭାଗକୁ ଦୋଷ ଦେବା କିଛି ନୁଆ କଥା ନୁହେଁ  । ଏପରି ଘଟଣା ବାରମ୍ବାର ଘଟୁଥିବା ବେଳେ ଏହାକୁ ସମାଲୋଚନା କରିଛନ୍ତି ବିରୋଧୀ ଦଳ  । ଏପରିକି ନବୀନ ମନ୍ତ୍ରୀମଣ୍ଡଳର ମନ୍ତ୍ରୀମାନେ ଦାୟିତ୍ବ ନନେଇ ଅନ୍ୟ ବିଭାଗକୁ ଦୋଷ ଦେଇ ଖସିଯିବାରେ ମାହିର ବୋଲି ଏବେ ସାଧାରଣରେ ଚର୍ଚ୍ଚା ଚାଲିଛି  । 

  • Tags:

Subscribe

National International State Sports Entertainment