ବିଜେଡିରୁ ବହିଷ୍କାର ପରେ ପ୍ରତିକ୍ରିୟା ରଖିଲେ ଦାମ କହିଲେ, ମୁଁ ଦଳରେ ଥିଲି ବୋଲି ଭାବୁନି
Khabar Odisha:Dama-Rout-Expelled-from-BJD-Byte-Of-Damodor
ଭୁବନେଶ୍ୱର, ସେପ୍ଟେମ୍ବର ୧୨(ଖବର ଓଡ଼ିଶା):

ଦଳରୁ ମୋତେ ବହିଷ୍କାର କରାଯିବା କଥା ମୁଁ ଜଣିନାହିଁ। ଟିଭିରୁ ଶୁଣୁଛି ବହିଷ୍କାର ହୋଇଛି ବୋଲି । ମୁଁ ଏ ପର୍ଯ୍ୟନ୍ତ ବହିଷ୍କାର ନେଇ କୌଣସି ଲିଖିତ ଅଭିଯୋଗ ପାଇନାହିଁ । ଡିସେମ୍ବର ମାସରୁ ମୁଁ ମୁଁ ଦଳରେ ଥିଲି ବୋଲି ଭାବୁନି । ତେବେ ଯଦି ବି ବହିଷ୍କାର କରାଯାଇଛି, ସେ ନେଇ ମୋର ଏଥିରେ ଦୁଃଖ କରିବାର କିଛି ନାହିଁ ବୋଲି ଦମ୍ଭର ସହ କହିଛନ୍ତି ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ। ବିଜେଡି ଦଳରୁ ବହିଷ୍କାର ପରେ ଦାମ ତାଙ୍କ ପ୍ରତିକ୍ରିୟାରେ ଏହା ପ୍ରକାଶ କରିଛନ୍ତି। 

ଦାମ କହିଛନ୍ତି ଯେ ପୂର୍ବରୁ ମୋତେ ମନ୍ତ୍ରିପଦରୁ ବିଦା କରାଯାଇଛି । ଦଳର ସଭାପତି ପଦରୁ ମଧ୍ୟ ବହିଷ୍କାର କରାଯାଇଛି । ମୋ ସହ ଦଳର କୌଣସି ନେତା ସଂପର୍କରେ ନଥିଲେ । ଦଳର କୌଣସି  ବୈଠକ ବା କାର୍ଯ୍ୟକ୍ରମ ହେଲେ କେହି ଜଣାଉନଥିଲେ। ମୁଁ ଦଳ ବିରୋଧରେ କିଛି କହି ନାହିଁ। ଚାରା ଦୁର୍ନୀତି, ଡଙ୍କାରୀ ପାହାଡ, ରାମକୋ ସିମେଣ୍ଟ କଥା ଉଠାଇଥିଲି । ତେବେ ଦୁର୍ନୀତି କଥା ଉଠାଇ କଣ ଅପରାଧୀ ବୋଲି ଶ୍ରୀ ରାଉତ ପ୍ରଶ୍ନ କରିଛନ୍ତି। ଏହାସହ ସେ ପୁଣି ଥରେ ତାଙ୍କ ବହିଷ୍କାର ନେଇ ଗଡଫାଦର ଆଡକୁ ଅଙ୍ଗୁଳି ଉଠାଇଛନ୍ତି ।

ଗଡଫାଦର ଓ ତିନି ବିଧାୟକ କଣ ବିଜେଡିର ସର୍ବେସର୍ବା କି ?  ଦୁର୍ନୀତି କଥା ଉଠାଇ ଯଦି ବହିଷ୍କାର ହେଲି, ଜନତା ବିଚାର କରିଥିଲେ ବୋଲି ସେ କହିଛନ୍ତି । ଏବେ ଠାରୁ ଦୁର୍ନୀତି ବିରୋଧରେ ଲଢେଇ କରିବା କଥା ମଧ୍ୟ ସେ କହିଛନ୍ତି। 

  

  • Tags:

Subscribe

National International State Sports Entertainment