ଚିଟଫଣ୍ଡ ଦୁର୍ନୀତିକୁ ନେଇ ଘାଣ୍ଟିଲାଣି ସିବିଆଇ, ଚର୍ଚ୍ଚାରେ ମନ୍ତ୍ରୀଙ୍କ ଗେହ୍ଲାପୁଅ ସହ ନବୀନ ନିବାସ ! କିଏ ସେ ମନ୍ତ୍ରୀ ଏହାକୁ ଉଠିଲା ପ୍ରଶ୍ନ
Khabar Odisha:BJP-Odisha-Naveen-Niwas-chitfund-Scam
ଭୁବନେଶ୍ବର, ୧୨ ଜୁଲାଇ (ଖବର ଓଡିଶା):

 ଚିଟଫଣ୍ଡ ଦୁର୍ନୀତିକୁ ନେଇ ଘାଣ୍ଟିଲାଣି ସିବିଆଇ  । ଦୁଇଜଣ ଆଇଏଏସ ଅଧିକାରୀଙ୍କ ପରେ ଜଣେ ମନ୍ତ୍ରୀଙ୍କ ପୁଅକୁ ସିବିଆଇର ସମନ ନେଇ ଚର୍ଚ୍ଚା  । ସେପଟେ ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ବିରୋଧୀଙ୍କ ଟାର୍ଗେଟରେ ମୁଖ୍ୟମନ୍ତ୍ରୀ ଓ ତାଙ୍କର ମନ୍ତ୍ରୀ  । ଏପରିକି ନବୀନ ନିବାସ କାଳେ ସିବିଆଇ ସ୍କାନରକୁ ଆସିଯିବ ଏନେଇ ମୁଖ୍ୟମନ୍ତ୍ର ମୁହଁ ଖୋଲୁନଥିବାର ଅଭିଯୋଗ ଆଣିଛି ବିଜେପି  ।

ବିଜେପି ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାରଙ୍କ ଟୁଇଟକୁ ନେଇ ଏବେ ପୁଣିଥରେ ରାଜନୀତି ପାଣିପାଗ ଗୋଳିଆ ହୋଇପଡିଛି  । ଶ୍ରୀମତୀ ସାମନ୍ତରାୟ ତାଙ୍କ ଟୁଇଟରେ ଉଲେଖ କରିଛନ୍ତି ଯେ, ଜଣେ ମନ୍ତ୍ରୀଙ୍କ ପୁଅକୁ ସିବିଆଇର ନୋଟିସ ପରେ ଏବେ ବିଜେଡି ଦଳ ପୁଣି ପ୍ରମାଣିତ କରିଛି ସେମାନେ ଚୋର, ଖଣ୍ଟ, ଦଲାଲ ଓ ଅପରାଧୀଙ୍କ ଦଳ   । ଏପରିକି ବିଜେଡିର ନେକଷ୍ଟ ଜେନେରସନ କଥା କହି ଯାହା ବାପା ଚଢେ ଘୋଡା ତା ପୁଅ ଥୋଡାଥୋଡା ବୋଲି ତାଙ୍କ ଲେଖା ପୋଷ୍ଟ କରିଛନ୍ତି  । ଯାହାକୁ ନେଇ ଏବେ ପୁଣିଥରେ ବିଜେଡିକୁ ଟାର୍ଗେଟ କରିଛି ବିଜେପି  ।

ଶ୍ରୀମତୀ ସାମନ୍ତସିଂହାର ବିଜେଡିକୁ କଟାକ୍ଷ କରି ବାଦୁଡି ଭଳି ଜେଲରେ ପଡୁଥିବା କଥା ଉଲେଖ କରିଛନ୍ତି  । ଏପରିକି ଜଣେ ମନ୍ତ୍ରୀଙ୍କ ପୁଅ ନାଁ ଚର୍ଚ୍ଚାକୁ ଆସବା ପରେ ସ୍ବଚ୍ଚ ଭାବମୂର୍ତ୍ତି କଥା କହୁଥିବା ମୁଖ୍ୟମନ୍ତ୍ରୀ ଚୁପ କାହିଁକି ଏହାକୁ ନେଇ ସେ ଉଠାଇଛନ୍ତି ପ୍ରଶ୍ନ  । ପାଟି ଖୋଲିଲେ ନବୀନ ନିବାସ ଆଡୁ ଚେର ବାହାରିବ କି ବୋଲି ପ୍ରଶ୍ନ କରିଛନ୍ତି ଲେଖାଶ୍ରୀ  ।

ତେବେ କିଏ ସେ ମନ୍ତ୍ରୀ  । ତାଙ୍କ ପୁଅ କିଏ  । ଏହାକୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା  । ପୂର୍ବରୁ ଚିଟଫଣ୍ଜ ସଂସ୍ଥା ସହ କାରବାର ଅଭିଯୋଗରେ ବିଜେଡିର ବିଧାୟକ, ସାଂସଦ ମାନେ ଗିରଫ ହୋଇ ଜେଲ ଯାଇ ବେଲରେ ଅଛନ୍ତି  । କିଛି ମନ୍ତ୍ରୀଙ୍କ ସମ୍ପର୍କୀୟ, ମନ୍ତ୍ରୀଙ୍କ ନିକଟତର ଲୋକ ମଧ୍ୟ ସିବିଆଇ ଜେରାର ସମ୍ମୁଖୀନ ହୋଇଛନ୍ତି  । ଏପରି ସ୍ଥିତିରେ ଆଉ ଜଣେ ମନ୍ତ୍ରୀଙ୍କ ପୁଅ ସମନ ହେବା ତାଙ୍କ କାର୍ଯ୍ୟାଳୟରେ ସିବିଆଇ ଯାଞ୍ଚ କରିବା ଖବର ପ୍ରଚାର ହେବା ପରେ କିଏ ସେ ମନ୍ତ୍ରୀ ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି  ।

  • Tags:

Subscribe

National International State Sports Entertainment