ଟ୍ରେଡ୍ ୱାର୍: ଆମେରିକାକୁ ବିଜେତା ଘୋଷଣା କଲେ ରାଷ୍ଟ୍ରପତି ଟ୍ରମ୍ପ୍, କ୍ଷତି ସହିଲା ଚୀନ
Khabar Odisha:trade-war-tariff-china-america-donald-trump
ଆମେରିକା, ଅଗଷ୍ଟ ୦୬(ଖବର ଓଡିଶା) :

ବିଶ୍ୱର ଦୁଇ ଶକ୍ତିଶଳୀ ଦେଶ ଚୀନ ଏବଂ ଆମେରିକା ମଧ୍ୟରେ ଜାରି ରହିଛି ଟ୍ରେଡ୍ ୱାର୍ । ଦୁଇ ଦେଶ ପରସ୍ତରକୁ କଡା ସମାଲୋଚନା କରିବା ସହ ଆକ୍ଷେପ ମଧ୍ୟ କରୁଛନ୍ତି । ଏହା ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନଲ୍ଡ ଟ୍ରମ୍ପଙ୍କ ଏକ ବୟାନ ସାମ୍ନାକୁ ଆସିଛି । ସେ ଟ୍ୱିଟ ମାଧ୍ୟମରେ ଏହି ଟ୍ରେଡ୍ ୱାରରେ ନିଜ ଦେଶକୁ ବିଜୟୀ ଘୋଷଣା କରିବା ସହ ଚୀନର କ୍ଷତି ହୋଇଥିବା କହିଛନ୍ତି । 

ସେ ଟ୍ୱିଟରେ ଅନୁମାନଠାରୁ ବହୁତ ଭଲ କାମ କରୁଥିବା କହିଛନ୍ତି । ଗତ ୪ ମାସରେ ବଜାରରେ ଚୀନର ୨୭ ପ୍ରତିଶତ କ୍ଷତି ଘଟିଛି । କିନ୍ତୁ ଆମେରିକାର ବଜାର ମଜବୁତ ରହିଛି । ବହୁ ଘାତ ପ୍ରତିଘାତ ପରେ ମଧ୍ୟ ସେ ନାଟକୀୟ ଢଙ୍ଗରେ ଉପରକୁ ଯିବେ ବୋଲି ସୂଚନା ଦେଇଛନ୍ତି । ଟାରିଫ ଦ୍ୱାରା ଏହି ସପ୍ତାହର କାରବାରରେ ତାଙ୍କ ଦେଶ ସକରାତ୍ମକ ବ୍ୟବସାୟ କରିଛି । ଆମେରିକାରେ ବିଭିନ୍ନ ଶିଳ୍ପ ଗଢି ଉଠିଛି ଏବଂ ଷ୍ଟିଲ କାମ କରୁଥିବା ଲୋକ ପୁଣିଥରେ କାମ ଆରମ୍ଭ କରୁଛନ୍ତି । ଆଜି ତୁଳନାରେ ଆମେରିକା ସବୁଠାରୁ ଭଲ ସ୍ଥିତିରେ ରହିଛି କିନ୍ତୁ ଯେଉଁ ଦେଶ ଆମେରିକା ସହ ବ୍ୟବସାୟ ସମ୍ବନ୍ଧରେ କଥାବର୍ତା କରିବା ପାଇଁ ଇଛା ପ୍ରକାଶ କରୁ ନାହାନ୍ତି ସେମାନେ ବ୍ୟାପକ କ୍ଷତି ସହିବେ ବୋଲି କହିଛନ୍ତି ଟ୍ରମ୍ପ୍ । 

ଟ୍ରମ୍ପଙ୍କ ମନ୍ତବ୍ୟ ପୂର୍ବରୁ ଚୀନ ଆମେରିକାରୁ ଆମାଦାନୀ ଦ୍ରବ୍ୟ ଉପରେ ୬୦ ଆରବ ଡଲାରର ଅଧିକ ଅତିରିକ୍ତ ଶୁଳ୍କ ଲଗାଇବ ବୋଲି କହିଥିଲା । ଆମେରିକା ଏହାର ଜବାବ ଦେଇ ଚୀନ ନିଜର ଅନୁଚିତ ବ୍ୟାପାର ଗରିବିଧି ଉପରେ ଥିବା ଚିନ୍ତା ଦୂର କରୁ ବୋଲି କହିଥିଲା ।

  • Tags:

Subscribe

National International State Sports Entertainment