ଚୀନର ନୂତନ ରାଡାର, ପୂରା ଭାରତ ଉପରେ ଲଗାତାର ରଖି ପାରିବ ନଜର
Khabar Odisha:chinas-new-naval-radar-can-monitor-areas-size-of-india-report
ପେଇଚିଙ୍ଗ,ଜାନୁଆରୀ୦୯(ଖବର ଓଡିଶା):

ଚୀନ କମ୍ପାକ୍ଟ ସାଇଜର ଏମିତି ଏକ ଆଧୁନିକ ସମୁଦ୍ରୀ ରାଡାର ବିକଶିତ କରିଛି ଯାହା ପୂରା ଭାରତ ଉପରେ ଲଗାତାର ନଜର ରଖି ପାରିବ। ଚୀନର ଏହି ନୂତନ ରାଡାରର କ୍ଷମତା ଏତେ ଅଧିକ ଯେ  ସେ କୌଣସି ଛୋଟ ମୋଟ୍ ଅଂଶ ନୁହେଁ ବରଂ ଭାରତ ଭୂଭାଗର ଆକାର ବରାବର ଇଲାକ ଉପରେ କ୍ରମାଗତ ନଜର ରଖି ପାରିବ। ଏହି ସମୁଦ୍ରୀ ରାଡାରକୁ ଏବେ ଚୀନ ନିଜର ଯୁଦ୍ଧ ଜାହାଜରେ ସାମିଲ କରିଛି।

ବୁଧବାର ମିଡିଆ ରିପୋର୍ଟରେ ଦାବି କରାଯାଇଛି ଯେ ଘରୋଇସ୍ତରରେ ବିକଶିତ କରାଯାଇଥିବା ଏହି ରାଡାର ସିଷ୍ଟମ ଜରିଆରେ ଚୀନର ନୌସେନା ଦେଶର ସମୁଦ୍ର ଇଲାକା ଉପରେ ସଂପୂର୍ଣ୍ଣ ଭାବେ ନଜର ରଖି ପାରିବ। ଏହା ସହିତ ଏହି ସିଷ୍ଟମ ବର୍ତ୍ତମାନର ଟେକ୍ନୋଲୋଜି ତୂଳନାରେ ଶତ୍ରୁର ଜାହାଜ, ବିମାନ ଓ ମିସାଇଲ ଆସିବାର ଅନେକ ସମୟ ପୂର୍ବରୁ ନିଜ ସେନାକୁ ସତର୍କ କରାଇ ପାରିବ।

ହଂକ କଂଗ ସ୍ଥିତ ସାଉଥ ଚାଇନା ମର୍ଣ୍ଣିଂ ପୋଷ୍ଟ ଚୀନର ଏହି ଅଭର-ଦ-ହରିଜନ(ଓଟିଏଚ) ରାଡାର ପ୍ରୋଗ୍ରାମରେ ସାମିଲ ବୈଜ୍ଞାନିକଙ୍କ ସୂତ୍ରରୁ ଏହି ସୂଚନା ଦେଇଛି। ପୋଷ୍ଟ ମୁତାବକ ଚାଇନିଜ୍ ଏକାଡେମୀ ଅଫ ସାଇନ୍ସେସ୍(ସିଏଏସ)ର ଶିକ୍ଷାବିତ୍  ଲିୟୁ ୟୋଙ୍ଗତାନଙ୍କୁ ଚୀନର ରାଡାର ଟେକ୍ନୋଲୋଜିକୁ ବିକଶିତ କରିବାର ଶ୍ରେୟ ଦିଆଯାଏ। ଚାଇନିଜ ଏକାଡେମୀ ଅଫ ଇଞ୍ଜିନିୟରିଂର ମଧ୍ୟ ଏଥିରେ  ମହତ୍ଵପୂର୍ଣ୍ଣ ଯୋଗଦାନ ରହିଛି।

ଏହି ଆଧୁନିକ କମ୍ପାକ୍ଟ ସାଇଜର ରାଡାରର ବିଶେଷତ୍ଵ ଏହା ଯେ ଏହାକୁ ପିପୁଲ୍ସ ଲିବେରେସନ ଆର୍ମି(ପିଏଲଏ) ନେଭିର ବିମାନବାହକ ଯୁଦ୍ଧଜାହାଜରେ  ସାମିଲ କରାଗଲେ, ଏହା କେବଳ ଗୋଟିଏ ଅଞ୍ଚଳର ଅଂଶ ନୁହେଁ ବରଂ ଭାରତ ଆକାରର ଇଲାକା ଉପରେ ମଧ୍ୟ କ୍ରମାଗତ ନଜର ରଖି ପାରିବ। ଚୀନ ପାଇଁ ଏହି ରାଡାର  କେତେ ମହତ୍ଵପୂର୍ଣ୍ଣ ଏହାର ଅନୁମାନ ଏହି କଥାରୁ ହିଁ ଲଗାଯାଇ ପାରିବ। 

କେତେ ମହତ୍ଵପୂର୍ଣ୍ଣ ଏହି ରାଡାର

ଲିୟୁ କହିଛନ୍ତି ଯେ ଯୁଦ୍ଧଜାହାଜ ଆଧାରିତ ଏହି ଓଟିଏଚ ରାଡାର ପିପୁଲ୍ସ ଲିବେରେସନ ଆର୍ମିକୁ ପୂର୍ବ ତୂଳନାରେ ଅଧିକ ବଡ଼ କ୍ଷେତ୍ର ଉପରେ ନଜର ରଖିବାକୁ ସକ୍ଷମ କରି ଦେଇଛି। ପାରମ୍ପରିକ ଜ୍ଞାନ କୌଶଳ ଜରିଆରେ ଚୀନ ସମୁଦ୍ର କ୍ଷେତ୍ରର ପ୍ରାୟ ୨୦ ପ୍ରତିଶତ  ଭାଗ ଉପରେ ନଜର ରଖିପାରୁଥିଲା। ମାତ୍ର ନୂତନ ପ୍ରଣାଳୀରେ ପୂରା କ୍ଷେତ୍ର ଉପରେ ଏବେ ଚୀନ ନଜର ରଖି ପାରିବ। ଲିୟୁ ଟିମର ଜଣେ ବରିଷ୍ଠ ସଦସ୍ୟ କହିଛନ୍ତି ଯେ ସମୁଦ୍ରରେ ଏହି ରାଡାର ବଳରେ ଚୀନ ଖାସ୍ କରି  ଦକ୍ଷିଣ ଚୀନ ସାଗର, ଭାରତ ମହାସାଗର ଓ ପ୍ରଶାନ୍ତ ମହାସାଗର ଉପରେ ନଜର ରଖି ସୂଚନା ସଂଗ୍ରହ କରି ପାରିବାର କ୍ଷମତା ପାଇ ପାରିଛି। 

Subscribe

National International State Sports Entertainment