ରୁଷ ସହିତ ଏସ-୪୦୦ ରାଜିନାମା ପରେ ଭାରତ ଉପରେ ନରମ ପଡ଼ିଲା ଆମେରିକା
Khabar Odisha:after-s-400-deal-america-said-our-sanctions-aimed-to-punish-russia-not-to-our-allies
ନୂଆଦିଲ୍ଲୀ,ଅକ୍ଟୋବର୦୫(ଖବର ଓଡ଼ିଶା):

ରୁଷ ସହିତ ସଂପର୍କ ସ୍ଥାପନ ନେଇ ସମଗ୍ର ଦୁନିଆର ଦେଶକୁ ଧମକ ଦେଉଥିଲେ ମଧ୍ୟ ଭାରତ ପ୍ରତି ନରମ ଆଭିମୁଖ୍ୟ ପୋଷଣ କରି ଆସିଛି ଆମେରିକା। ଆମେରିକା ସମଗ୍ର ଦୁନିଆକୁ ରୁଷ ସହିତ କୌଣସି ପ୍ରକାର ରାଜିନାମା ନକରିବାକୁ ଧମକ ଦେଉଥିବା ବେଳେ  ଶୁକ୍ରବାର ଭାରତ ରୁଷ ସହିତ  ବହୁଚର୍ଚ୍ଚିତ ଏସ-୪୦୦ ଏୟାର ଡିଫେନ୍ସ ସିଷ୍ଟମର ରାଜିନାମା ଉପରେ ମୋହର ମାରିଛି। ଏହି ରାଜିନାମା ହେବା ମାତ୍ରେ ବଦଳି ଯାଇଛି ଆମେରିକାର ସ୍ଵର।  ଏଠାରେ କହି ରଖୁଛୁ ଯେ  ରାଜିନାମାର କିଛି ଘଣ୍ଟା ପରେ ଆମେରିକା ଦୂତାବାସ ପକ୍ଷରୁ ପ୍ରଥମ ପ୍ରତିକ୍ରିୟା ଆସିଛି। ନୂଆଦିଲ୍ଲୀ ସ୍ଥିତ ଆମେରିକା ଦୂତାବାସ ସ୍ପଷ୍ଟ କରିଛି ଯେ ୟୁଏସ ପ୍ରତିବନ୍ଧକର ଉଦ୍ଦେଶ୍ୟ ଆମର ସହଯୋଗୀ ଦେଶର ସୈନ୍ୟ କ୍ଷମତାକୁ କ୍ଷତି ପହଞ୍ଚାଇବା ପାଇଁ ଉଦ୍ଦିଷ୍ଟ ନୁହେଁ। 

ଉଲ୍ଲେଯୋଗ୍ୟ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ବର୍ତ୍ତମାନ ଭାରତ ଗସ୍ତରେ ଅଛନ୍ତି।  ଶୁକ୍ରବାର  ଭାରତ ଆମେରିକାର ଚେତାବନୀକୁ ଅଣଦେଖା କରି ରୁଷ ସହିତ ବହୁ ପ୍ରତୀକ୍ଷିତ ଏସ-୪୦୦ ଏୟାର ଡିଫେନ୍ସ ସିଷ୍ଟମ ରାଜିନାମାରେ ହସ୍ତାକ୍ଷର କରିଛି। କୁହାଯାଉଥିଲା ରାଜିନାମା ପରେ ଆମେରିକା ପକ୍ଷରୁ କଡ଼ା ପ୍ରତିକ୍ରିୟା ଆସିପାରେ। ମାତ୍ର ୟୁଏସ ଦୂତାବାସ ପକ୍ଷରୁ କୂଟନୈତିକ ବୟାନ ଦିଆଯାଇଛି। ଅନ୍ୟ ପଟେ ଭାରତ ଓ ରୁଷ ମଧ୍ୟରେ ଶୁକ୍ରବାର ମହାକାଶ କ୍ଷେତ୍ରରେ ସହଯୋଗ ସମେତ ୮ଟି ବଡ଼ ରାଜିନାମା ହୋଇଛି। 

ସଂଯମତାର ସହ ପ୍ରତିକ୍ରିୟା ଦେଇଛି ଆମେରିକା।

ଆମେରିକା ବହୁତ ସଂଯମତାର ସହ ପ୍ରତିକ୍ରିୟା ଦେଇ କହିଛି ଯେ ରୁଷ ବିରୁଦ୍ଧରେ ପ୍ରତିବନ୍ଧକ ଲଗାଇବାର ଉଦ୍ଦେଶ୍ୟ ନିଜର ସହଯୋଗୀ କିମ୍ବା ସହଭାଗିତା ଦେଶର ସୈନ୍ୟ କ୍ଷମତାକୁ କ୍ଷତି ପହଞ୍ଚାଇବା ନୁହଁ। ଆମେରିକା ଏହା ମଧ୍ୟ ସ୍ପଷ୍ଟ କରିଛି ଯେ କୌଣସି ରିଆତି ଉପରେ ବିଚାର ପ୍ରତ୍ୟେକ ଟ୍ରାନଜେକସନ ଉପରେ ହେବ। ତେଣୁ ପ୍ରଥମରୁ ଏହାର ପୂର୍ବାନୁମାନ ଲଗାଯାଇ ପାରିବ ନାହିଁ। 

କଣ ଏହି ଏସ-୪୦୦ ରାଜିନାମା

ଏହା ଏକ ଏୟାର ଡିଫେନ୍ସ ମିସାଇଲ ସିଷ୍ଟମ, ଯାହା ଶତ୍ରୁର ବିମାନକୁ ଆକାଶରୁ ତଳକୁ ଖସାଇ ପାରେ। ଏସ-୪୦୦କୁ ରୁଷର ସବୁଠୁ ଆଡଭାନ୍ସ ଦୂରଗାମୀ ଭୂପୃଷ୍ଠରୁ ଆକାଶକୁ ପ୍ରକ୍ଷେପଣ କରି ପାରୁଥିବା ମିସାଇଲ ସିଷ୍ଟମ କୁହାଯାଏ। ଏହା ଶତ୍ରୁ ପକ୍ଷର କ୍ରୁଜ, ଏୟାରକ୍ରାଫ୍ଟ ଓ ବାଲିଷ୍ଟିକ ମିସାଇଲକୁ ମାରି ତଳକୁ ଖସାଇବାକୁ ସକ୍ଷମ। ଏହି ସିଷ୍ଟମ ରୁଷର ଏସ-୩୦୦ର ଅପଗ୍ରେଡେଡ ଭର୍ସନ ଅଟେ। ଏହି ମିସାଇଲ ସିଷ୍ଟମକୁ ଅଲଜାମ-ଆନ୍ତେ ପ୍ରସ୍ତୁତ କରିଛନ୍ତି। ଯାହା ରୁଷରେ ୨୦୦୭ ପରଠୁ ସେବାରେ ଲାଗିଛି। ଏହା ଗୋଟିଏ ରାଉଣ୍ଡରେ  ୩୬  ଥର ପ୍ରହାର କରିବାକୁ ସକ୍ଷମ। 

Subscribe

National International State Sports Entertainment