ଆମେରିକା ମଧ୍ୟବର୍ତ୍ତୀ ନିର୍ବାଚନ: ଟ୍ରମ୍ପଙ୍କ ପାର୍ଟିରୁ ଜିତିଲେ ବେଶ୍ୟାଳୟର ମୃତ ମାଲିକ
Khabar Odisha:Republican-dead-dennis-hof-wins-election-to-nevada-state-assembly

ନ୍ୟୁୟର୍କ, ନଭେମ୍ବର ୦୮ (ଖବର ଓଡ଼ିଶା): ଆମେରିକାରେ ବୁଧବାର ଶେଷ ହୋଇଥିବା ମଧ୍ୟବର୍ତ୍ତୀ ନିର୍ବାଚନରେ ଏକ ଏଭଳି ମାମଲା ଦୃଷ୍ଟି ଗୋଚର ହୋଇଛି, ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ । ପ୍ରାୟ ୩ ସପ୍ତାହ ପୂର୍ବରୁ ମୃତ୍ୟୁ ହୋଇ ସାରିଥିବା ଜଣେ ବ୍ୟକ୍ତି ନିର୍ବାଚନରେ ବିଜୟୀ ହୋଇଛନ୍ତି । ଏହି ବ୍ୟକ୍ତି ହେଉଛନ୍ତି ଡେନିସ ହୋଫ, ଯିଏକି ନିୱାଡା ନାମରେ ଅଧିକ ପରିଚିତ ଥିଲେ । ରାଷ୍ଟପତି ଡୋନାଲ୍ଡ ଟ୍ରମ୍ପଙ୍କ ଦଳରୁ ଟିକେଟ ପାଇଥିବା ୭୨ ବର୍ଷିଅ ଡେନିସ ମଞ୍ଜୁରୀ ପ୍ରାପ୍ତ କିଛି ବେଶ୍ୟାଳୟର ପରିଚାଳନା କରୁଥିଲେ । ଏଥର ଡେନିସ ନିର୍ବାଚନକୁ ଓହ୍ଲାଇଥିଲେ । ଗତ ଅକ୍ଟୋବର ୧୬ରେ ନିଜର ବେଶ୍ୟାଳୟରେ ଜନ୍ମଦିନ ପାଳନ କରୁଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା । 

ସୂଚନାଯୋଗ୍ୟ ଟ୍ରମ୍ପଙ୍କ ପାର୍ଟି ରିପ୍ଲବିକାନ ପ୍ରାର୍ଥୀ ଥିଲେ ଡେନିସ । ମୃତ୍ୟୁ ପରେ ବି ତାଙ୍କର ନାମ ବେଲେଟରୁ ବାହାର କରାଯାଇ ନଥିଲା । ଡେନିସଙ୍କୁ ୬୮ ପ୍ରତିଶତ ଭୋଟ ମିଳିଛି । ସେ ଡେମୋକ୍ରେଟିକ ପ୍ରାର୍ଥୀ ଲେସିୟା ରୋମନୋଭଙ୍କୁ ବଡ ବ୍ୟବଧାନରେ ପରାସ୍ତ କରିଛନ୍ତି । ଡେନିସଙ୍କ ମୃତ୍ୟୁ ପରେ ରିପ୍ଲବିକ ଆଉ କାହାକୁ ନିଯୁକ୍ତ କରିବାକୁ ଚିନ୍ତା କରୁଛି । 

 

  • Tags:

Subscribe

National International State Sports Entertainment