ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ୩ୟ ପତ୍ନୀ ହେଉଛନ୍ତି ସେନାର ଏଜେଣ୍ଟ: ଲେଖକ ତାରିକ ଫତହ
Khabar Odisha:Pakistan-Prime-minister-Imrans-wife-is-agent-of-Army

ଇସଲାମାବାଦ, ସେପ୍ଟେମ୍ବର ୦୯ (ଖବର ଓଡ଼ିଶା): ବିଶିଷ୍ଟ ପାକିସ୍ତାନୀ ଲେଖକ ତାରିଖ ତହ ଶନିବାର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ କଡା ମନ୍ତବ୍ୟ ଦେଇଛନ୍ତି । ପାକିସ୍ତାନ-ଏ-ତହରିକ ଇନସାଫ ସରକାରଙ୍କ ନୀତି ଓ ଆତଙ୍କବାଦୀ ସଂପର୍କୀତ ଜାତୀୟ ଗଣମାଧ୍ୟମରେ ପ୍ରଶ୍ନରେ ତାରିଖ ଜବାବ ଦେଇଛନ୍ତି ଇମ୍ରାନ ଖାନଙ୍କ ୩ୟ ପତ୍ନୀ ସେନାର ଏଜେଣ୍ଟ ଭାବରେ କାମ କରୁଛନ୍ତି । ତାରିକ ଫତହ ସେନାଧ୍ୟକ୍ଷ କମର ଜାଭେଦ ବାଜବାଙ୍କୁ ମଧ୍ୟ ଛାଡ଼ି ନାହାନ୍ତି । 

ତାରିକ କହିଛନ୍ତି ପାକିସ୍ତାନକୁ କେହି ପରିବର୍ତ୍ତନ କରିପାରିବେ ନାହିଁ । ଇମ୍ରାନ ଖାନ ମଧ୍ୟ ଆଦୌ ବଦଳାଇ ପାରିବେ ନାହିଁ । ଇମ୍ରାନ ଖାନଙ୍କ ହାତରେ କିଛି କ୍ଷମତା ନାହିଁ । ସେ ସେନାର ନିର୍ଦ୍ଦେଶରେ କାମ କରୁଛନ୍ତି । ପାକିସ୍ତାନୀ ପ୍ରଧାନମନ୍ତ୍ରୀଙ୍କ ୩ୟ ପତ୍ନୀ ବେଗମ ସେନାର ଜଣେ ଏଜେଣ୍ଟ ଭାବରେ କାମ କରୁଛନ୍ତି । ତାଙ୍କ ମାଧ୍ୟମରେ ପାକିସ୍ତାନୀ ସେନା ପ୍ରଧାନମନ୍ତ୍ରୀଙ୍କ ବେଡରୁମ ପର୍ଯ୍ୟନ୍ତ ପହଞ୍ଚି ପାରୁଛି । 

ଲେଖକ ତାରିକ କହିଛନ୍ତି ଖିଲାଫତଙ୍କ ବିରୋଧରେ ମହମ୍ମଦ ଅଲି ଜିନ୍ନା ହୁଅନ୍ତୁ, ଯେପରିକି ଘୁଷୁରୀକୁ କାଦୁଅ ଭଲ ଲାଗେ । ସେ ଜାତୀୟ ଗଣମାଧ୍ୟମକୁ ପ୍ରଶ୍ନ କରିଛନ୍ତି ଯେ, ପାକିସ୍ତାନ କିପରି ବଦଳିବ । ତାରିକ କହିଛନ୍ତି, ପାକିସ୍ତାନ ବିଶ୍ୱର ଇସଲାମିକ ଦେଶ ଭାବରେ ଛିଡ଼ା ହେବ । ପାକିସ୍ତାନରେ ନିଷ୍ପକ୍ଷ ନିର୍ବାଚନ ଉପରେ ସେ କହିଛନ୍ତି, ସଂସଦୀୟ ନିର୍ବାଚନ ପୂର୍ବରୁ ସୁନିଶ୍ଚିତ କରାଯାଇଥିଲା ଓ ଏଥି ପାଇଁ ସେନା ମୁତୟନ କରାଯାଇଥିଲା । ଇମ୍ରାନ ଖାନଙ୍କ ୩ୟ ପତ୍ନୀ ସେନାର ଏଜେଣ୍ଟ, ଯାହାକୁ ସେନା ପ୍ଲାଣ୍ଟ କରିଛନ୍ତି । 

ତାରିଖ ଜେଲରେ ବନ୍ଦ ଥିବା ନୱାଜ ସରିଫଙ୍କ ଝିଅ ମରିୟମ ନବାଜଙ୍କ ବହୁତ ପ୍ରଶଂସା କରିଛନ୍ତି । ତାରିକ ଫତହ କହିଛନ୍ତି, ମରିୟମ ଆଜି ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଝିଅ । ଏହା ପୂର୍ବରୁ ବେନଜିର ଭୁଟୋ ପାକିସ୍ତାନର ସବୁଠାରୁ ଶକ୍ତିଶାଳୀ ମହିଳା ଥିଲେ । ସେଥିପାଇଁ ତାଙ୍କୁ ହତ୍ୟା କରି ଦିଆଯାଇଥିଲା । ପାକିସ୍ତାରେ କାହାକୁ ମରାଯାଉ ନାହିଁ? ପାକିସ୍ତାନରେ ଏଭଳି ଆଇନ ଅଛି, କିଛି ଅପରାଧୀଙ୍କୁ ସହଜରେ ଜାମିନ ମିଳି ଯାଉଛି । ଏଥି ପାଇଁ କେବଳ ଟଙ୍କା ଦେବାର ଅଛି । 

 

  • Tags:

Subscribe

National International State Sports Entertainment