ଥାଇଲାଣ୍ଡ ଗୁମ୍ଫାରୁ ଉଦ୍ଧାର ହେଲେ ୪ଜଣ, ବାକି ୮ ଜଣଙ୍କ ପାଇଁ ଉଦ୍ଧାର ଅଭିଯାନ ଜାରି
Khabar Odisha:6-boys-rescued-from-thailand-cave
ମେସାଇ,ଜୁଲାଇ୦୮(ଖବର ଓଡ଼ିଶା):

 ଥାଇଲାଣ୍ଡର ଏକ ଗୁମ୍ଫାରେ ଫସିଥିବା ୧୨ ଜଣ ଜୁନିୟର ଫୁଟବଲ ଖେଳାଳି ଓ ତାଙ୍କର କୋଚଙ୍କ ମଧ୍ୟରୁ ୪ ଜଣଙ୍କୁ ଗୁମ୍ଫାରୁ ଉଦ୍ଧାର କରାଯାଇଛି। ଏହି ଖେଳାଳିଙ୍କୁ  ବଞ୍ଚାଇବା ପାଇଁ ଗତ ଅନେକ ଦିନରୁ ଉଦ୍ୟମ ଜରି ରହିଥିଲା। ୧୩ ବିଦେଶୀ ବୁଡାଳି ଏବଂ ଥାଇଲାଣ୍ଡ ନେଭି ସେଲର ୫ ବୁଡାଳି  ଏହି ଖେଳାଳିଙ୍କ ଉଦ୍ଧାର ପାଇଁ ଅଭିଯାନରେ ସାମିଲ ଥିଲେ। ପ୍ରତ୍ୟେକ ପିଲାଙ୍କୁ ବାହାରକୁ ଆଣିବା ପାଇଁ ଦୁଇ ଜଣ ବୁଡାଳିଙ୍କୁ ନିୟୋଜିତ କରାଯାଇଛି।

ମିଶନ ଅଭିଯାନରେ ସାମିଲ ଜଣେ ଆର୍ମି କମାଣ୍ଡର କହିଛନ୍ତି ଯେ ସମସ୍ତଙ୍କୁ ଗୁମ୍ଫାରୁ ବାହାର କରିବା ପାଇଁ ୨ ରୁ ୪ ଦିନର ସମୟ ଲାଗିପାରେ। ମିଶନର ମୁଖ୍ୟ କହିଛନ୍ତି ଯେ ରେସକ୍ୟୁ ଦଳକୁ ପ୍ରଥମେ ନିଜର ପ୍ଲାନକୁ ନେଇ ଅନେକ ଥର ରିହର୍ସଲ କରିଥିଲେ। ସେ କହିଛନ୍ତି ଯେ ଯଦି ଆଗାମୀ ସମୟରେ  ପୁଣି ଥରେ ବର୍ଷା ହୁଏ ତେବେ ଏତେ ଦିନ ଧରି ପାଣି ବାହାର କରିବାକୁ କରାଯାଇଥିବା ପରିଶ୍ରମ ବରବାଦ ହୋଇଯିବ। ଯଦି ଏମିତି ହୁଏ ତେବେ ଆମକୁ ପୁଣି ଥରେ ସ୍ଥିତିକୁ ନେଇ ଚିନ୍ତା କରିବାକୁ ପଡ଼ିବ। 

ମିଶନର ପ୍ରମୁଖ କହିଛନ୍ତି ଯେ ବର୍ଷା ହେଲେ ଇଲାକାରେ ଜଳସ୍ତର ବଢିପାରେ। ପାଣିପାଗ ବିଭାଗ ମଧ୍ୟ ବର୍ଷା ହେବାର ଚେତାବନୀ ଦେଇଛନ୍ତି। ମୌସୁମୀ ବର୍ଷା କାରଣରୁ ପିଲାଙ୍କୁ  ଗୁମ୍ଫାରୁ ବାହାର କରିବା ମୁସ୍କିଲ ହୋଇ ପଡିବ ବୋଲି ଯବାନ କହିଛନ୍ତି।  

  • Tags:

Subscribe

National International State Sports Entertainment