ମିଥୁନଙ୍କ ପୁତ୍ର ଓ ପତ୍ନୀ ଯୋଗିତା ବାଲି ବିରୋଧରେ ବଳପୂର୍ବକ ଗର୍ଭପାତର ଅଭିଯୋଗ, ରୁଜୁ ହେବ ମାମଲା
Khabar Odisha:mithun-chakraborty-son-mahaakshay-and-wife-yogita-baali-rape-cheating-fir

ନୁଆଦିଲ୍ଲୀ,ଜୁଲାଇ୦୨(ଖବର ଓଡ଼ିଶା): ନିଜ ସମୟରେ ବଲିଉଡର ସୁପରଷ୍ଟାର ମିଥୁନ ଚକ୍ରବର୍ତ୍ତୀଙ୍କ ପତ୍ନୀ ଯୋଗିତା ବାଲି ଓ ପୁତ୍ର ମହାଅକ୍ଷୟଙ୍କ ବିରୋଧରେ ଯୌନ ଉତ୍ପୀଡନର ଅଭିଯୋଗ ହୋଇଛି।  ଦିଲ୍ଲୀର ରୋହିଣି କୋର୍ଟ ପୋଲିସକୁ ଯୋଗିତା ବାଲି ଓ  ମହଅକ୍ଷୟଙ୍କ ବିରୋଧରେ ଯୌନ ଉତ୍ପୀଡନ, ଧୋକା ଓ ବିନା ସହମତିରେ ଗର୍ଭପାତ  କରିବା ଅଭିଯୋଗରେ ମାମଲା ରୁଜୁ କରିବା ସହିତ ରିପୋର୍ଟ ଦେବାକୁ ଆଦେଶ ଦେଇଛନ୍ତି। 

ପୀଡ଼ିତାଙ୍କ ଅଭିଯୋଗ ଏହା ଯେ ମହାଅକ୍ଷୟ ଓ ତାଙ୍କର ମା ଗର୍ଭପାତ କରିବା ପାଇଁ ତାଙ୍କର ସହମତି ନେଇନଥିଲେ ଏବଂ ବଳପୂର୍ବକ ତାଙ୍କର ଗର୍ଭପାତ କରାଇଥିଲେ। ମାତ୍ର ଏ ପର୍ୟ୍ୟନ୍ତ ପୀଡିତା ପରିଚୟ ଉଜାଗର ହୋଇ ନାହିଁ। ମହାଅକ୍ଷୟ କିମ୍ବା ଯୋଗିତା ବାଲିଙ୍କ ପକ୍ଷରୁ ମଧ୍ୟ କୌଣସି ପ୍ରତିକ୍ରିୟା ଆସିନାହିଁ। ରୋହିଣି କୋର୍ଟ ଦିଲ୍ଲୀର ବେଗମପୁର ପୋଲିସ ଥାନାରେ ଉ ଭୟଙ୍କ ବିରୋଧରେ ମାମଲା ରୁଜୁ କରିବା ସହିତ କାର୍ୟ୍ୟାନୁଷ୍ଠାନର ଆଦେଶ ଦେଇଛନ୍ତି। 

ଉଲ୍ଲେଖଯୋଗ୍ୟ ମିଥୁନ ଚକ୍ରବର୍ତ୍ତୀଙ୍କ ପୁତ୍ର ମହାଅକ୍ଷୟ ଓ ପ୍ରଖ୍ୟାତ ଫିଲ୍ମ ନିର୍ଦ୍ଦେଶକ ସୁଭାଷ ଶର୍ମାଙ୍କ ଝିଅ ମଦାଲସା ଶର୍ମା ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ମାତ୍ର ଅଚାନକ ମହାଅକ୍ଷୟ ଏବଂ ତାଙ୍କ ମା ଙ୍କ ବିରୋଧରେ ଏହି ପରି ଅଭିଯୋଗ ଆସିବା ଫିଲ୍ମ ଦୁନିଆରେ ହଇଚଇ ସୃଷ୍ଟି କରିଛି। 

ଉଲ୍ଲେଖଯୋଗ୍ୟ ମିଥୁନ ଚକ୍ରବର୍ତ୍ତୀ ୧୯୭୯ରେ ନିଜ ଜମାନାରେ ପ୍ରସିଦ୍ଧ ଅଭିନେତ୍ରୀ ଯୋଗିତା ବାଲିଙ୍କୁ ବିବାହ କରିଥିଲେ। ତାଙ୍କର ତିନୋଟି ପୁଅ ଅଛନ୍ତି। ମିଥୁନ ଚକ୍ରବର୍ତ୍ତୀ କିଛି ସମୟ ହେବ ବିବାଦରେ ରହି ଆସିଛନ୍ତି। 

  • Tags:

Subscribe

National International State Sports Entertainment