ହିନ୍ଦୁସ୍ତାନ ପରେ ଏବେ ଚାଇନାକୁ ଲୁଟିବାକୁ ବାହାରିଲେ ଅମିର ଖାନ ଓ ଅମିତାଭ ବଚ୍ଚନ
Khabar Odisha:bollywood-aamir-khan-and-amitabh-bachchan-film-thugs-of-hindostan-will-release-on-28-december-in-china
ମୁମ୍ବାଇ, ଡିସେମ୍ବର ୦୫ (ଖବର ଓଡିଶା) :

ପାଖାପାଖି ୩୦୦ କୋଟି ଖର୍ଚ୍ଚ କରି ଭାରତରୁ ୧୫୦ କୋଟି ଆଦାୟ କରିଥିବା ଅମିର ଖାନ ଏବଂ ଅମିତାଭ ବଚ୍ଚନଙ୍କ ଠଗ୍ସ ଅଫ୍ ହିନ୍ଦୁସ୍ତାନକୁ ଚୀନରେ ଚଳିତ ବର୍ଷ ଡିସେମ୍ବର ୨୮ରେ ରିଲିଜ କରାଯିବ । ଫିଲ୍ମର ଘୋଷଣା ହେବା ପରେ ନୂଆ ପୋଷ୍ଟର ମଧ୍ୟ ଜାରି ହୋଇଛି । ତେବେ ସେଠାରେ କେତୋଟି ସ୍କ୍ରିନରେ ଫିଲ୍ମ ରିଲିଜ ହେବ ତାହାର ବିଷୟରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳି ନାହିଁ । 

ସୂଚନାନୁଯାୟୀ, ଗତ ସପ୍ତାହରେ ଅମିତାଭ ବଚ୍ଚନ ଏବଂ ଋଷି କାପୁରଙ୍କର ଫିଲ୍ମ ୧୦୨ ନଟ୍ ଆଉଟ୍ ଚୀନରେ ରିଲିଜ ହୋଇଥିଲା ଏବଂ ଡିସେମ୍ବର ୪ରେ ଅକ୍ଷୟ କୁମାରଙ୍କର ପ୍ୟାଡ ମ୍ୟାନ ମଧ୍ୟ ରିଲିଜ ହୋଇଛି । ଅମିର ଖାନ ମୁମ୍ବାଇରେ ହୋଇଥିବା ଏକ କାର୍ଯ୍ୟକ୍ରମରେ କହିଛନ୍ତି କି, ଠଗ୍ସ ଅଫ୍ ହିନ୍ଦୁସ୍ତାନ ଚୀନରେ ରିଲିଜ ହେବାକୁ ଯାଉଛି । ସେ ସେଠାକାର ଲୋକଙ୍କ ରିଆକ୍ସନ ଦେଖିବା ପାଇଁ ଅପେକ୍ଷା କରିଛନ୍ତି । ତେବେ ଏହି ଫିଲ୍ମକୁ ସେଠାରେ ଚଲାଇବା ରିସ୍କ ହେବ ବୋଲି ଚୀନର ଡିଷ୍ଟ୍ରିବ୍ୟୁଟରସ୍ ଏବଂ ସ୍କ୍ରିନ ମାଲିକମାନେ ଦ୍ୱନ୍ଦରେ ଅଛନ୍ତି । ଏସବୁ ସତ୍ୱେ ମଧ୍ୟ ଚୀନରେ ୧୧୦ କୋଟିର ଆଦାୟ ହେବ ବୋଲି ଅନୁମାନ କରା ଯାଉଛି । 

ଅମିର ଖାନଙ୍କ ପୁରୁଣା ଫିଲ୍ମକୁ ଦୃଷ୍ଟିରେ ରଖି ଏହି ଫିଲ୍ମକୁ ୧୧୦କୋଟିର ଗ୍ୟାରେଂଟି ମିଳିଛି । ଭାରତରେ ଏହା ୧୧୮ କୋଟି ବିଜନେସ କରିବା ପରେ ଏବେ ଦିନକୁ ଦିନ ଏହାର ବ୍ୟବସାୟ କମିବାରେ ଲାଗିଛି । ଗତ ୪ ବର୍ଷ ମଧ୍ୟରେ ଅମିରଙ୍କ ଫିଲ୍ମ ଚୀନରେ ବହୁତ ବ୍ୟବସାୟ କରିଛି । ତେଣୁ ଅମିର ଖାନଙ୍କୁ ଚୀନ ବକ୍ସ ଅଫିସର ସୁଲତାନ କୁହାଯାଏ । ଏହା ପୂର୍ବରୁ ଅମିରଙ୍କ ଦଙ୍ଗଲ ୧୯୬ ମିଲିୟନ ଡଲାର, ସିକ୍ରେଟ ସୁପରଷ୍ଟାର ୧୧୮.୨୪ ମିଲିୟନ ଡଲାର ଏବଂ ପିକେକୁ ୧୧୬.୬୦ ମିଲିୟନ ଡଲାର ମିଳିଛି । ତାଙ୍କ ଫିଲ୍ମ ଥ୍ରୀ ଇଡିଏଟସ୍ ଠାରୁ ଚୀନ ବକ୍ସ ଅଫିସରେ ତାଙ୍କ ପାଇଁ କବାଟ ଖୋଲି ଯାଇଥିଲା ।    

Subscribe

National International State Sports Entertainment