ଏକ ବିଜ୍ଞାପନ ବଦଳାଇ ଦେଇଥିଲା ଜେନେଲିଆ ଡିସୁଜାଙ୍କ ଭାଗ୍ୟ
Khabar Odisha:Genelia-D-Souza-Birthday-8-Unknown-Facts-About-His-Life
ମୁମ୍ବାଇ, ଅଗଷ୍ଟ ୬, (ଖବର ଓଡିଶା)

ଜେନେଲିଆ ଡିସୁଜା ବଲିଉଡ ଓ  ତେଲୁଗୁ ଜଗତର ଏକ ଜଣା ଶୁଣା ନାଁ । ସେ କେବଳ ବଲିଉଡ ନୁହେଁ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିଜ୍‌ରେ ନିଜର ଖୁବ୍ ନାଁ କମେଇଛନ୍ତି । ଏପରିକି ତେଲୁଗୁ ଫିଲ୍ମ ବୋମାରିଲ୍ଲୁ ପାଇଁ ତାଙ୍କୁ ଫିଲ୍ମଫେୟାର ଆୱାର୍ଡ ମଧ୍ୟ ମିଳିଥିଲା । ଜେନେଲିଆ ମଙ୍ଗୋଲିୟନ କ୍ୟାଥେଲିକ୍ ପରିବାର ସହ ଜଡିତ । ହିନ୍ଦୀ ବ୍ୟତୀତ ସେ ତେଲୁଗୁ ଫିଲ୍ମରେ ଅଧିକ କାମ କରିଛନ୍ତି ।

ଜେନେଲିଆ । ତାଙ୍କର ଏହି ନାମର ଅର୍ଥ ହେଉଛି ସ୍ୱତନ୍ତ୍ର । ସେ ଏକ ସାକ୍ଷାତକାରରେ ତାଙ୍କ ନାଁର ମତଲବ କହିଥିଲେ । ତାଙ୍କ ବାପା ମା’ଙ୍କ ନାଁରୁ ତାଙ୍କ ନାଁ ରଖାଯାଇଛି । ଜେନେଲିଆଙ୍କ ମାଆ ନାମ ଜେନେଟ୍ ଓ ବାପାଙ୍କ ନୀଲ । ତାଙ୍କର ସମ୍ପର୍କୀୟମାନେ ତାଙ୍କୁ ଗିନୁ ବୋଲି ଡାକନ୍ତି ।

 ଜେନେଲିଆ ୨୦୦୩ ମସିହାରେ ‘ତୁଝେ ମେରି କସମ’ ଫିଲ୍ମ ଜରିଆରେ  ବଲିଉଡରେ ଡେବ୍ୟୁ କରିଥିଲେ । ଏହି ସିନେମାରେ ତାଙ୍କ ଅପୋଜିଟରେ ରିତେଶ ଦେଶମୁଖ ଅଭିନୟ କରିଥିଲେ । ଏହି ଫିଲ୍ମର ଶୁଟିଂ ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିଥିଲା । ଏହି ସମୟରେ ଜେନେଲିଆ ମାତ୍ର ୨୧ ବର୍ଷର ଥିଲେ । ଏହି ଫିଲ୍ମ ପରେ ଉଭୟ ଡେଟ କରିଥିଲେ । ପ୍ରାୟ ୯ବର୍ଷ ଉଭୟ ଜେନେଲିଆ ଓ ରିତେଶ ଡେଟ କରିବା ପରେ ୨୦୧୨ ଫେବୃୟାରୀ ୩ତାରିଖରେ ବିବାହ କରିଥିଲେ । ଜେନେଲିଆ ଦୁଇଟି ସନ୍ତାନର ମାଆ । ତାଙ୍କ ନା ରିୟାନ ଓ ରାହିଲ । 

ଏହି ଫିଲ୍ମର ଶୁଟିଂ ସମୟରେ ସେ ନିଜର ପାଠପଢା ସାରିଥିଲେ । କେବଳ ପାଠପଢା, କି ଅଭିନୟ ନୁହେଁ, ଖେଳରେ ଥିଲା ମଧ୍ୟ ତାଙ୍କର ପ୍ରବଳ ଆଗ୍ରହ । ଜେନେଲିଆ ନ୍ୟାସନାଲ ଫୁଟବଲ ପ୍ଲେୟାର ଭାବେ ମଧ୍ୟ ନାଁ କମେଇଛନ୍ତି ।

 ଜେନେଲିଆ ପ୍ରଥମ ଥର ଅମିତାଭ ବଚ୍ଚନଙ୍କ ସହିତ ଏକ ବିଜ୍ଞାପନରେ ନଜର ଆସିଥିଲେ  । ଏହି ସମୟରେ ସେ ମାତ୍ର ୧୫ ବର୍ଷ ବୟସ୍କ ଥିଲେ । ପାର୍କର ପେନ ଉପରେ ବିଜ୍ଞାପନଟି ଥିଲା । ଏହାପରେ ୨୦୦୩ରୁ ୨୦୦୫ ପର୍ୟ୍ୟନ୍ତ ସେ ତେଲୁଗୁ ଫିଲ୍ମରେ ଅଭିନୟ କରିଥିଲେ । ଏହି ଗୋଟିଏ ବିଜ୍ଞାପନ ଜେନେଲିଆଙ୍କ ଭାଗ୍ୟ ବଦଳାଇ ଦେଇଥିଲା । ଏହା ପରଠାରୁ ସେ ଆଉ ପଛକୁ ଚାହିଁ ନଥିଲେ । 

  • Tags:

Subscribe

National International State Sports Entertainment