ସଞ୍ଜୁ’ ପାଇଁ ଦର୍ଶକଙ୍କ ଭିଡ଼, ଦୁବାଇରେ ସିନେମା ଘର ୨୪ ଘଣ୍ଟା ଖୋଲିବାକୁ ମିଳିଲା ଅନୁମତି
Khabar Odisha:Bollywood-film-Sanju-breaks-record-of-Tiger-Jinda-Hai

ମୁମ୍ବାଇ, ଜୁଲାଇ ୦୩ (ଖବର ଓଡ଼ିଶା): ରଣବୀର କପୁରଙ୍କ ‘ସଞ୍ଜୁ’କୁ ଭାରତରେ ଅଦ୍ଭୁତପୂର୍ବ ସଫଳତା ମିଳିବା ପରେ ପ୍ରଥମ ସପ୍ତାହରେ ୧୧୭ କୋଟି ଙ୍କା ରୋଜଗାର ହୋଇଛି । ଭାରତ ଅପେକ୍ଷା ଦୁବାଇରେ ଏହି ଫିଲ୍ମ ଅଧିକ ଲୋକପ୍ରିୟ ହୋଇଛି । ଦୁବାଇରେ ଫିଲ୍ମ ପାଇଁ ଦର୍ଶକଙ୍କ ପ୍ରବଳ ଭିଡ ରହୁଛି । ଦର୍ଶକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସରକାର ସିନେମାଘରକ ଗୁଡ଼ିକୁ ୨୪ ଘଣ୍ଟା ଫିଲ୍ମ ପ୍ରଦର୍ଶନ କରିବାକୁ ଅନୁମତି ଦେଇଛନ୍ତି । 

ଦୁବାଇରେ ଫିଲ୍ମ ଗୁଡ଼ିକ ଗୁରୁବାର ରିଲିଜ ହୋଇଥାଏ କିନ୍ତୁ ଫିଲ୍ମ ‘ସଞ୍ଜୁ’ ଶୁକ୍ରବାର ରିଲିଜ ହୋଇଛି । ସଂଜୟ ଦତ୍ତଙ୍କ ଜୀବନୀ ସଂପର୍କରେ ଲୋକ ଜାଣିବାକୁ ଇଚ୍ଛା କରିଛନ୍ତି । ଫଳରେ ସିନେମା ଘରଗୁଡ଼ିକରେ ପ୍ରବଳ ଭିଡ ରହୁଥିବା ପରିଲକ୍ଷିତ ହେଉଛି । ଦୁବାଇ ସରକାର ଦର୍ଶକଙ୍କ ଉତ୍ସାହକୁ ଦୃଷ୍ଟିରେ ୨୪ ଘଣ୍ଟା ଫିଲ୍ମ ପ୍ରଦର୍ଶନ କରିବାକୁ ଅନୁମତି ପ୍ରଦାନ କରିଛନ୍ତି । ଏଠାରେ ସକାଳ ୪ଟା ୩୦ ଓ ସନ୍ଧ୍ୟା ୬ଟାରେ ମଧ୍ୟ ସୋ’ ରଖାଯାଇଛି । 

ସଂଜୁରେ ରଣବୀର କପୁର, ଭିକ୍କି କୌଶଳ ଓ ଜିମ ସରଭଙ୍କ ଅଭିନୟ ଦର୍ଶକଙ୍କ ମନକୁ ଛୁଇଁଛି । ଫିଲ୍ମରେ ଏମାନଙ୍କ ବ୍ୟତୀତ ପରେଶ ରାଓଲ, ମନୀଷା କୋଇରାଲା, ଦିୟା ମିର୍ଜା, ଅନୁଷ୍କା ଶର୍ମା ଓ ସୋନମ କପୁର ମଧ୍ୟ ଅଛନ୍ତି । 

ସଂଜୁ ୨୦୧୮ର ସବୁଠାରୁ ହିଟ ଫିଲ୍ମ ହେବ ବୋଲି ଆଶା କରାଯାଉଛି । ସଲମାନ ଖାଁଙ୍କ ‘ଟାଇଗର ଜିନ୍ଦା ହେ’ ରେକର୍ଡକୁ ଅତିକ୍ରମ କରିଛି । ଟାଇଗର ଜିନ୍ଦା ହେଁ ପ୍ରଥମ ସପ୍ତାହରେ ୧୧୫ କୋଟି ଟଙ୍କା ରୋଜଗାର କରିଥିବା ବେଳେ ସଂଜୁ ୧୧୭ କୋଟି ଟଙ୍କା ରୋଜଗାର କରିଛି ।

 

  • Tags:

Subscribe

National International State Sports Entertainment