ରିଲିଜ ହେଲା ‘୨.୦’ର ଟିଜର, ଖର୍ଚ୍ଚ ହୋଇଛି ବାହୁବଳୀ ଠାରୁ ୨୦୦ କୋଟି ଅଧିକ
Khabar Odisha:2-0-teaser-release-in-3d-akshay-kumar-and-rajinikanth-adventurous-war
ମୁମ୍ବାଇ, ସେପ୍ଟେମ୍ବର ୧୩, ଖବର ଓଡିଶା)

ଗଣେଷ ଚତୁର୍ଥୀ ଅବସରରେ ସୁପରଷ୍ଟାର ରଜନୀକାନ୍ତ ଓ ଅକ୍ଷୟ କୁମାର ଷ୍ଟାର ଅଭିନିତ ଫିଲ୍ମ ‘୨.୦’ର ଟ୍ରିଜର ରିଲିଜ ହୋଇଯାଇଛି । ଟିଜରରେ ଦେଖାଯାଇଛି ଯେ, କିପରି ହଜାର ହଜାର ମୋବାଇଲକୁ କେଉଁ ଅଦୃଶ୍ୟ ଶକ୍ତି ନିଜ ଆଡକୁ ଟାଣି ନେଇ ଯାଉଛି । ଏହା ପରେ ରୋବଟ ଚିଟି ଆସୁଛି । ଚିଟି ସୁପର ଭିଲେନ ଅକ୍ଷୟ କୁମାର ସହିତ ଏକା ଲଢେଇ କରୁଛି । ଏହି ଟ୍ରେଜରରେ ଅକ୍ଷୟ କୁମାରଙ୍କ ଚେହେରା ବହୁତ ଭୟଙ୍କର ଦେଖାଯାଉଛି । ଯାହା ଦର୍ଶକଙ୍କୁ ରୋମାଂଚିତ କରିପାରେ କିନ୍ତୁ ବର୍ତମାନ ଟ୍ୱିଟରେ ଅକ୍ଷୟଙ୍କ ଫ୍ୟାନମାନେ ମନଦୁଖ କଲେଣି । ଫ୍ୟାନଙ୍କ କହିବା କଥା ଯେ ଏଡି ଟିଜରରେ ଅକ୍ଷୟଙ୍କର ବହୁତ କମ ସିନ ରହିଛି ।

ଜଣେ ଫ୍ୟାନ ଟ୍ୱିଟ କରି କହିଛନ୍ତି କି, ଏହି ଟିଜର ଦେଖିଲେ ଲାଗୁଛି ରଜନୀକାନ୍ତ ଜଣେ ରୋବଟ ହୋଇଛନ୍ତି ଓ ଅକ୍ଷୟ କୁମାର ଜଣେ ମୋବାଇଲ ଚୋର । 

ସେହିଭଳି ଆଉଜଣେ ଫ୍ୟାନ ଡାଇରେକ୍ଟର  ଶଙ୍କରଙ୍କୁ ଟ୍ୟାଗ କରି ଲେଖିଛନ୍ତି କି, ‘ବ୍ୟକ୍ତିଗତ ରୂପରେ ତାଙ୍କୁ ଟିଜର ପସନ୍ଦ ଆସିନି । 

ଏହା ପୂର୍ବରୁ ଯେଉଁ ଟିଜର ଲିକ ହୋଇଥିଲା ଏହା କିଛି ସେହିଭଳି । ଏହି ଟିଜରରେ ଅକ୍ଷୟ କୁମାରଙ୍କ ଗୋଟିଏ ମଧ୍ୟ ଡାଏଲଗ ନାହିଁ । 

ଆଉ ଜଣେ ଟିଜର ଲେଖିଛନ୍ତି ଅକ୍ଷୟଙ୍କୁ କଳା କାଉ କରି ଦେଇଛନ୍ତି , ଯାହା ତାଙ୍କୁ ପସନ୍ଦ ନୁହେଁ । 

ଏହି ସିନେମାଟି ରଜନୀକାନ୍ତଙ୍କ ରୋବଟ ସିନେମାର ସିକେô୍ଲ ଅଟେ । ଏହି ସିନେମାରେ ଅକ୍ଷୟ କୁମାର ଭିଲେନ ରୋଲରେ ଅଭିନୟ କରୁଛନ୍ତି । ଏହି ଫିଲ୍ମ ପାଇଁ ଅକ୍ଷୟ ପ୍ରଥମ ପସନ୍ଦ ନଥିଲେ । ଏଥିରେ ଅମିର ଖାନଙ୍କୁ ନିଆଯାଇଥାନ୍ତା । କିନ୍ତୁ ସେ ମନା କରିବାରୁ ଏହି ରୋଲ ଅକ୍ଷୟ କୁମାର କରୁଛନ୍ତି । ଏହି ସିନେମାର ବଜେଟ ୫୪୫ କୋଟି କୁଯାହାଉଛି ଯାହାକି ବାହୁବଳୀ ଠାରୁ ୨୦୦ କୋଟି ଅଧିକ ।  ଏହି ସନେମା ଥ୍ରୀଡି ରେ ମଧ୍ୟ ରିଲିଜ ହେବ । 

  • Tags:

Subscribe

National International State Sports Entertainment