ମଜାରେ ମଜାରେ ଗଲା ଜୀବନ ! ପୁଅର ମୃତ୍ୟୁ ଦୁର୍ଘଟଣାଜନିତ, ସ୍ପଷ୍ଟ କଲେ ପିତା ଏସିପି ସଞ୍ଜୀବ
Khabar Odisha:son-death-is-not-suicide-its-accidental-says-ACP-Sanjib
ଭୁବନେଶ୍ଵର, ଜାନୁଆରୀ୦୭(ଖବର ଓଡ଼ିଶ):

ଭୁବନେଶ୍ୱର ସ୍ପେଶାଲ ସ୍କ୍ୱାର୍ଡ଼ ଏସିପି ସଂଜୀବ ଶତପଥୀଙ୍କ ପୁଅ ଆତ୍ମହତ୍ୟା ଘଟଣାରେ ଥିବା ରହସ୍ୟ ଉପରୁ ପରଦା ହଟାଇଛନ୍ତି ପିତା ଏସିପି ସଞ୍ଜୀବ ଶତପଥୀ। ମା କଥାରେ ଦୁଃଖ କରି  ମଜାରେ ମଜାରେ ପୁଅର ଦୁଃଖଦ ମୃତ୍ୟୁ ଘଟିଥିବା କହିଲେ ଏସିପି ଶତପଥୀ। ଏହି ଘଟଣାକୁ ଅନ୍ୟ ରୂପରେ ନଦେଖିବାକୁ ଏବଂ ରଞ୍ଜିତ ନକରିବାକୁ ମଧ୍ୟ ସେ ଅପିଲ କରିଛନ୍ତି।

ପିତା ଶତପଥୀ କହିଛନ୍ତି ଯେ ତାଙ୍କ ପୁଅଙ୍କ ମୃତ୍ୟୁ ଏକ ଦୁର୍ଘଟଣା ଥିଲା। ମୃତ୍ୟୁ ପଛରେ ଆଉ କୌଣସି କାରଣ  ନାହିଁ। ପୁଅ ଜଣେ ଭଲ ଟେନିସ୍ ଖେଳାଳି ଥିଲା ଏବଂ ବହୁତ ଭଲ ପାଠ ମଧ୍ୟ ପଢୁଥିଲା। ସେ ବହୁତ ମଜାଳିଆ ଓ ଅନେକ ମଜାଳିଆ ହରକତ ମଧ୍ୟ କରୁଥିଲା। ମାତ୍ର ଘଟଣା ଦିନ ରାତି ୧୨ଟା ୩୦ ଯାଏ ପୋଷା କୁକୁର ସହ ପୁଅ ଖେଳୁଥିଲା। ଯାହାକୁ ନେଇ ମା ରାଗିବା ସହିତ ତାକୁ ତାଗିଦ୍ କରିଥିଲେ। ଏଥିରେ ମ୍ରିୟପାଣ ହୋଇ ବେକରେ ଏକ ଜିନ୍ସ ପ୍ୟାଣ୍ଟ ଗୁଡାଇ ଦେଇଥିଲା। ଫଳରେ ଦୁର୍ଘଟଣାବଶତଃ  ପୁଅର ମୃତ୍ୟୁ ଘଟିଥିଲା। 

ସେ ଏହା ମଧ୍ୟ କହିଛନ୍ତି ଯେ ଏହା ଏକ ଦୁର୍ଘଟଣାଜନିତ ମୃତ୍ୟୁ। ତେଣୁ ଆଉ ତର୍କଜର୍ମମା କିମ୍ବା ଅନ୍ୟ କୌଣସି କାରଣ ନଖୋଜିବାକୁ ସେ ଅନୁରୋଧ କରିଛନ୍ତି। ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ପୁଅର ମୃତ୍ୟୁ ଭିଡ଼ିଓଗେମ ପ୍ରଭାବ ଜନିତ ନୁହେଁ। 

ଏହା ପୂର୍ବରୁ ଆୟୁଷ ଆତ୍ମହତ୍ୟା ମାମଲାରେ ଆଜି ପୋଲିସ ହାତରେ ଏକ ଚିଠି ଲାଗିଥିଲା। ସେଥିରେ ଆୟୁଷ ମାଙ୍କ ଉଦ୍ଦେଶ୍ୟରେ ଲେଖିଥିଲା ଯେ  “ଏ ପୃଥିବୀର ସବୁଠାରୁ ସୁନ୍ଦରୀ ମହିଳା ,ଯିଏ ମୋତେ ସବୁଠୁ ବେଶି ଭଲପାଆନ୍ତି ଓ ମୋର ଜତ୍ନ ନିଅନ୍ତି ।” ବାପା ଏସିପି ସଂଜୀବଙ୍କ ପାଇଁ ଲେଖାଯାଇଥିଲା ଯେ “ ସେ ପ୍ରକୃତରେ ସିଂହମ ଅଫିସର ,ସବୁଠୁ ସୁନ୍ଦର ବ୍ୟକ୍ତି ଓ ମୋ ପାଇଁ ପ୍ରେରଣାର ଉତ୍ସ । ଭଉଣୀ ପାଇଁ ମଧ୍ୟ ଚିଠିରେ ଲେଖା ହୋଇଥିଲା ଯେ, “ ତା ପାଇଁ ମୁଁ କେବେ ଏକୁଟିଆ ବୋଲି ଅନୁଭବ କରିନାହିଁ ।” ସବୁଠୁ ରୋଚକ କଥା ଏହା ଚିଠିରେ ଭାବି ସ୍ତ୍ରୀ ପାଇଁ ଆୟୁଷ୍ମାନ ଲେଖିଥିଲା ଯେ “ମୋ ଭାବୀ ପତ୍ନୀ ଯାହାକୁ ମୁଁ କେବେ ଜାଣି ନାହିଁ ,ସେ କେତେ ସୁନ୍ଦର ହୋଇଥିବ ! 

ଉଲ୍ଲେଖଯୋଗ୍ୟ ଯେ ଆୟୁଷକୁ ଗେମ ଖେଳିବା ସଉକ ଥିବା ବେଳେ ପରିବାର ପକ୍ଷରୁ ବାରଣ କରିବାରୁ ଅନେକ ମତାନ୍ତର ମଧ୍ୟ ହୋଇଥିଲା । ପୁଅର ଆକସ୍ମିକ ମୃତ୍ୟୁପରେ ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ଆଜି ଏହି ଚିଠି ଠାବ କରିଛି ।

Subscribe

National International State Sports Entertainment