ବ୍ରାଉନସୁଗାର ଚାଲାଣ ପଣ୍ଡ, ଜଣେ ଗିରଫ
Khabar Odisha:one-arrested-due-to-transportation-of-brown-sugar
କଟକ, ସେପ୍ଟେମ୍ବର ୧୧(ଖବର ଓଡ଼ିଶା):

ଦୈତନଗରୀ ଭୁବନେଶ୍ୱର ଓ କଟକରେ ନିଶା ବ୍ୟବସାୟ ଜୋର ଧରିଛି । ଗତ କିଛି ଦିନ ତଳେ ଭୁବନେଶ୍ୱରରୁ ବ୍ରାଉନସୁଗାର ସହିତ ଜଣେ ମହିଳାଙ୍କୁ ଗିରଫ କରାଯାଇଥିବାବେଳେ ଆଜି ପୁଣି କଟକରେ ସମାନ ଖବର ସାମ୍ନାକୁ ଆସିଛି । କଟକ କଲେଜ ଛକ ନିକଟରୁ ପ୍ରାୟ ୧୩୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି ଅବକାରୀ ବିଭାଗ ପ୍ଲାଇଂ ସ୍କ୍ୱାର୍ଡ । ଏହା ସହିତ ପ୍ରକାଶ ବାରିକ ନାମକ ଜଣେ ଚାଲାଣକାରୀଙ୍କୁ ଗିରଫ କରାଯାଇଛି । 

ଆଜି କଟକ କଲେଜ ଛକ ନିକଟରେ ବ୍ରାଉନସୁଗାର ଚୋରା ଚାଲାଣ ହେଉଥିବା ନେଇ ଅବକାରୀ ବିଭାଗ ଖବର ପାଇ ଚଢ଼ାଉ କରିଥିଲା । ପ୍ଲାଇଁ ସ୍କ୍ୱାର୍ଡ ପ୍ରକାଶକୁ ଗିରଫ କରିବା ସହିତ ୧୩୦ ଗ୍ରାମ ବ୍ରାଉନସୁଗାର ଜବତ କରିଥିଲା । ଯାହାର ଆନୁମାନିକ ମୂଲ୍ୟ ୧୩ ଲକ୍ଷ ଟଙ୍କା ହୋଇଥିବା ସୂଚନା ମିଳିଛି । ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରୁ ଖୋର୍ଦ୍ଧା ଚାଲାଣ କରାଯାଉଥିବା ନେଇ ଜଣାପଡ଼ିଛି । 

ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ୭ ତାରିଖ ଦିନ କେନ୍ଦ୍ରାଂଚଳ ଗୁଇନ୍ଦା ଅବକାରୀ ବିଭାଗ ଲକ୍ଷ୍ମୀସାଗର ହଳଦିପଡଆ ବସ୍ତି ଅଂଚଳରେ ଚଢଉ କରି ପ୍ରାୟ ୨୦୦ ଗ୍ରାମର ବ୍ରାଉନସୁଗାର ଜବତ କରିଥିଲା । ଏହା ସହିତ ମଇନା ରାଉତରାୟ ନାମକ ଜଣେ ମହିଳାଙ୍କୁ ଗିରଫ କରିଥିଲା । 

  • Tags:

Subscribe

National International State Sports Entertainment