ସାହିବାବାଦ: ଟାଟା ଷ୍ଟିଲ୍ର ସହଯୋଗୀ କଂପାନୀ ‘ଟାଟା ପ୍ରବେଶ’ର ବ୍ୟବସାୟ ମୁଖ୍ୟ ବିନୟ ତ୍ୟାଗୀଙ୍କୁ ଲୁଟ୍ ସମୟରେ ହତ୍ୟା କରିଥିବା ଅଭିଯୁକ୍ତ ପୁଲିସ ଏନ୍କାଉଣ୍ଟରର ସାମ୍ନା କରିଛି । ଏହି ଏନ୍କାଉଣ୍ଟର ସମୟରେ ଅଭିଯୁକ୍ତର ଜଣେ ସହଯୋଗୀ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । କିନ୍ତୁ ଅନ୍ୟ ଜଣେ ଆହତ ହୋଇଛି । ପୁଲିସ ଦୁଇ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ତେବେ ଚିକିତ୍ସା ସମୟରେ ଜଣେ ଅଭିଯୁକ୍ତର ମୃତ୍ୟୁ ହୋଇଛି ।
ପୁଲିସ ଉପାୟୁକ୍ତ ଟ୍ରାନ୍ସ ହିଣ୍ଡନ ନିମିଷ ପାଟିଲ କହିଛନ୍ତି ମୃତ ଅଭିଯୁକ୍ତ ଦିଲ୍ଲୀର ସୀଲମପୁର ଅଞ୍ଚଳର ଅକ୍କି ଓରଫ ଦକ୍ଷ । ତାର ସହଯୋଗୀ ମଧ୍ୟ ଏନ୍କାଉଣ୍ଟର ସମୟରେ ଅନ୍ଧାରର ସୁଯୋଗ ନେଇ ଖସିଯିବାରେ ସଫଳ ହୋଇଛି ।
ପୁଲିସ ଅଭିଯୁକ୍ତଙ୍କ ପାଖରୁ ମୃତ ବିନୟ ତ୍ୟାଗୀଙ୍କ ଠାରୁ ଲୁଟ୍ ହୋଇଥିବା ମୋବାଇଲ ଜବତ କରିଛି । ଏନକାଉଣ୍ଟରରେ ଜଣେ ଦାରୋଗା ମଧ୍ୟ ଆହତ ହୋଇଛି । ତାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୁଲିସ ଫେରାର ଅଭିଯୁକ୍ତକୁ ଗିରଫ ପାଇଁ ଛାନ୍ଭିନ୍ ଜାରି ରଖିଛି ।