ଇସଲାମାବାଦ୍: ପାକିସ୍ତାନର ଖସ୍ତାହାଲରେ ଆର୍ଥିକ ସଂକଟ ଦେଖାଯାଇଛି । ଏଥି ପାଇଁ ସ୍ଥାନୀୟ ସରକାର ଚିନ୍ତାରେ ପଡ଼ିଯାଇଛନ୍ତି । ଅନ୍ୟପଟରେ ପାକିସ୍ତାନ ଅଧୀକୃତ କଶ୍ମୀରରେ ମଧ୍ୟ ଜନସାଧାରଣ ସରକାରଙ୍କୁ ବିରୋଧ କରୁଛନ୍ତି । ଲୋକେ ସରକାରଙ୍କ ବିରୋଧରେ ରାଜରାସ୍ତକୁ ଓହ୍ଲାଇଛନ୍ତି । ଏହାରି ମଧ୍ୟରେ ଜଣେ ପାକିସ୍ତାନୀ ସାଂସଦ କହିଛନ୍ତି, ଭାରତ ଆମଠୁ ବହୁ ଆଗରେ ।
ପାକିସ୍ତାନର ଜଣେ ସାଂସଦ ସୟଦ ମୁସ୍ତଫା କମାଲ କହିଛନ୍ତି, ଭାରତ ଚନ୍ଦ୍ରପୃଷ୍ଠରେ ଅବତରଣ କରିସାରିଛି । ସେ ଭାରତର ଉପଲବ୍ଧି ଓ କରାଚୀର ଖସ୍ତାର ପରିସ୍ଥିତି ମଧ୍ୟରେ ତୁଳନା କରିଛନ୍ତି । ମୁତ୍ତାହିଦା କୌମୀ ମୁଭମେଣ୍ଟ (ଏମ୍କ୍ୟୁଏମ୍-ପି) ନେତା ସୟଦ ସଂଦରେ ଉଦ୍ବୋଧନ ଦେବେ ବେଳେ କହିଛନ୍ତି, ଭାରତ ଚନ୍ଦ୍ରପୃଷ୍ଠରେ ଅବତରଣ କରିସାରିଛି ।
ପାକିସ୍ତାନୀ ସାଂସଦ ଆହୁରି ମଧ୍ୟ କହିଛନ୍ତି, କରାଚୀରେ ପାନୀୟ ଜଳ ସଂକଟ ଦେଖାଯାଇଛି । କରାଚୀରେ ୭୦ ଲକ୍ଷ ଏବଂ ପାକିସ୍ତାନରେ ୨.୬ କୋଟିରୁ ଅଧିକ ଶିଶୁ ଅଛନ୍ତି, ଯେଉଁମାନେ ସ୍କୁଲ ଯାଇପାରୁ ନାହାନ୍ତି । କରାଚୀ ହେଉଛି ପାକିସ୍ତାନର ରାଜସ୍ୱ ଇଂଜିନ । କିନ୍ତୁ ଏବେ ଏଠାରେ ପାନୀୟ ଜଳ ପାଇଁ ମଧ୍ୟ ସଂଘର୍ଷ କରିବାକୁ ପଡୁଛି ।
ପାକିସ୍ତାନ ପ୍ରତିଷ୍ଠ ହେବା ପରେ ୨ଟି ବନ୍ଦର ଚାଲୁଛି ଏବଂ ଏହା କରାଚୀରେ ଅଛି । କରାଚୀ ପୂରା ପାକିସ୍ତାନ, ମଧ୍ୟ ଏସିଆ ଠାରୁ ଆରମ୍ଭ କରି ଆଫଗାନିସ୍ତାନ ପର୍ଯ୍ୟନ୍ତ ପ୍ରବେଶ ଦ୍ୱାର । ୧୫ ବର୍ଷ ହେଲା କରାଚୀବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ମିଳୁ ନାହିଁ । ଅନ୍ୟପଟରେ ଭାରତ ଗତବର୍ଷ ଅଗଷ୍ଟ ମାସରେ ଚନ୍ଦ୍ରପୃଷ୍ଠରେ ସଫଳତାର ସହିତ ଚନ୍ଦ୍ରଯାନ-୩କୁ ଅବତରଣ କରାଇପାରିଛି ।