ଭୋପାଳ: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ରିଭିଏରା ଟାଉନରେ ଥିବା ପୂର୍ବତନ ବିଧାୟକ ସବିତା ଦିଓ୍ଵାନଙ୍କ ବଙ୍ଗଳାରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣାର ମାଷ୍ଟରମାଇଣ୍ଡ ଚାକରାଣୀ ଓ ତାଙ୍କ ଭଉଣୀକୁ ପୁଲିସ ଗିରଫ କରିଛ। କମଳା ନଗର ପୁଲିସ ସୂଚନା ଅନୁଯାୟୀ, ପୂର୍ବତନ ବିଧାୟକ ସବିତା ଦିୱାନ ଥାନାରେ ଅଭିଯୋଗ କରିଥିଲେ ଯେ ସେ ପରିବାର ସହ ମନାଲି ବୁଲିବାକୁ ଯାଇଥିବା ବେଳେ ବ୍ରିଫ୍କେସ୍ରେ ରଖାଯାଇଥିବା ୧୫ ଲକ୍ଷ ଟଙ୍କାମଧ୍ୟରୁ ତାଙ୍କ ବଙ୍ଗଳାରୁ ପ୍ରାୟ ସାଢ଼େ ୧୩ ଲକ୍ଷ ଟଙ୍କା ଚୋରି ହୋଇଥିବା ବେଳେ ବ୍ରିଫ୍କେସ୍ରେ ମାତ୍ର ଦେଢ଼ ଲକ୍ଷ ଟଙ୍କା ରହିଯାଇଥିଲା।
ଅଭିଯୋଗକୁ ଭିତ୍ତି କରି ପୁଲିସ ଦଫା ୩୦୫ ବିଏନଏସରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହ ଘରେ କୌଣସି ଭଙ୍ଗାରୁଜା ହୋଇନାହିଁ କି କୌଣସି ଝରକା କିମ୍ବା କବାଟ ଭାଙ୍ଗିନଥିବା ଜାଣିବାକୁ ପାଇଥିଲା। କେବଳ ବ୍ରିଫ୍କେସ୍ରେ ରଖାଯାଇଥିବା ଟଙ୍କା ଚୋରି ହୋଇଛି।
ଅଭିଯୋଗକାରୀ କହିଛନ୍ତି ଯେ ସେ କିଛି ଦିନ ତଳେ ତନୁ ଶର୍ମା ନାମକ ଜଣେ ଚାକରାଣୀଙ୍କୁ ନିଯୁକ୍ତି ଦେଇଥିଲେ। ଏହାପରେ ପୁଲିସ ତନୁଙ୍କୁ ପଚରାଉଚରା କରିବାରୁ ସେ ପ୍ରଥମେ ପୁଲିସକୁ ବିଭ୍ରାନ୍ତ କରିଥିଲେ ମଧ୍ୟ କଡ଼ା ପଚରାଉଚରାରେ ସେ ଅପରାଧ ସ୍ୱୀକାର କରିଥିଲେ।
ଏହି ଚୋରି ଯୋଜନାରେ ତାଙ୍କ ଭଉଣୀ ଏବଂ ତାଙ୍କ ପ୍ରେମିକ ମଧ୍ୟ ସମ୍ପୃକ୍ତ ଥିବା ତନୁ କହିଛନ୍ତି। ସେହିପରି ଚୋରି ଟଙ୍କାରେ ତନୁ ନିଜ ମା'ଙ୍କୁ ମଧ୍ୟ ସାମିଲ କରିଥିଲେ। ତନୁ କହିଛନ୍ତି ଯେ ତାଙ୍କ ସାନ ଭଉଣୀ ପଲକ ଶର୍ମା ମଧ୍ୟ ତାଙ୍କ ସହ ଚୋରି କରିବାକୁ ଆସିଥିଲେ। ଦୁହେଁ ଗତ ଦେଢ଼ ମାସ ହେବ ସବିତା ଦିୱାନଙ୍କ ଘରେ ରଖାଯାଇଥିବା ବ୍ରିଫ୍କେସ୍ରୁ ଟଙ୍କା ଚୋରି କରୁଥିଲେ। ଚୋରିର କିଛି ଅଂଶ ଆମେ ମୋ ମା' ସୋନା ଶର୍ମା ଏବଂ ରେଓ୍ଵାରେ ରହୁଥିବା ପ୍ରେମିକ ନିଖିଲ ପଟେଲଙ୍କୁ ମଧ୍ୟ ଦେଇଥିଲୁ।
ଏହି ସ୍ବୀକାର ପରେ ପୁଲିସ ଦଫା ୧୩୭(୨), ୩୦୬ ବିଏନ୍ଏସ୍ ବୃଦ୍ଧି କରି ଏହି ମାମଲାରେ ୪ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଏପର୍ଯ୍ୟନ୍ତ ୦୬ ଲକ୍ଷ ୩୦ ହଜାର ଟଙ୍କା ଓ ୧ ଲକ୍ଷ ୭୦ ହଜାର ଟଙ୍କାର ଘରୋଇ ସାମଗ୍ରୀ ଜବତ କରିଛି।
ପୁଲିସ ସୂଚନା ଅନୁଯାୟୀ, ତନୁ ଶର୍ମା ବିବାହିତ, କିନ୍ତୁ ତାଙ୍କର ଜଣେ ବୟଫ୍ରେଣ୍ଡ ମଧ୍ୟ ଅଛନ୍ତି, ଯିଏ କି ରିୱାରେ ରୁହନ୍ତି। ଚୋରି ହୋଇଥିବା ଟଙ୍କାକୁ ତନୁ ଅନଲାଇନରେ ତାଙ୍କ ପାଖକୁ ଟ୍ରାନ୍ସଫର କରିଥିଲେ। ତନୁ ଏବଂ ତାଙ୍କ ଭଉଣୀ ପଲକ ଶର୍ମା ମଧ୍ୟ ଚୋରି ହୋଇଥିବା ଟଙ୍କା ତାଙ୍କ ମା'ଙ୍କୁ ଦେଇଥିଲେ। ତେଣୁ ସେମାନଙ୍କୁ ମଧ୍ୟ ଗିରଫ କରାଯାଇଛି। ତନୁ ଶର୍ମା ଏବଂ ପଲକ ଶର୍ମା ମଧ୍ୟ ଚୋରି ହୋଇଥିବା ଟଙ୍କାରେ ୱାସିଂ ମେସିନ୍, ଡବଲ୍ ବେଡ୍, ମେଟ୍ରେସ୍, ଆଲମାରୀ ଏବଂ କରଭା ଚୌଥ୍ କିଣିଥିଲେ।