ବିଦ୍ୟୁତ ସଂସ୍ପର୍ଶରେ ଆସି ଚାଲିଗଲା ଯୁବକଙ୍କ ଜୀବନ । ନିଜ ବାଡ଼ି ପଛପଟେ ପାଣି ପମ୍ପ ଲଗାଇବା ବେଳେ ତାଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା ଯାହାଫଳରେ ତାଙ୍କର ଜୀବନ ଚାଲିଯାଇଛି । କେତେବେଳେ ବି ମୃତ୍ୟୁ ଆସିପାରେ କାହାକୁ ଜଣା ନଥାଏ । କିଛି ସମୟ ମଧ୍ୟରେ ସବୁକିଛି ବଦଳିଗଲା । ବିଦ୍ୟୁତ ଆଘାତ ଲାଗି ଖାଲି ହୋଇଗଲା ମା କୋଳ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାରେ ।
ସୂଚନା ଅନୁଯାୟୀ,କନ୍ଧମାଳ ଜିଲ୍ଲା ବୋରିଗୁଡା ଗାଁରେ ବାସ କରୁଥିବା ଜଣେ ଯୁବକ ଶୁକ୍ରବାର ସକାଳୁ ନିଜ ବାଡ଼ି ପଟେ ଥିବା ପାଣି ପମ୍ପ ଲଗାଉଥିଲେ । ସେହି ସମୟରେ ଯୁବକ ଜଣକ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ । ଏହାପରେ ଯୁବକ ଜଣକ ଅଚେତ ହୋଇଯାଇଥିଲେ । ପରିବାର ଲୋକ ଯୁବକଙ୍କୁ ବାଲିଗୁଡା ମେଡିକାଲକୁ ଚିକିତ୍ସା ପାଇଁ ଆଣିଥିଲେ । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ I ବାଲିଗୁଡା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଏଭଳି ବସ୍ଥାରେ ପରିବାର ଲୋକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।