କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ରଥକାଠ ଅନୁକୂଳ ହୋଇଯାଇଛି । ଏଥିପାଇଁ ଉତ୍ସବମୁଖର ହୋଇଉଠିଥିଲା ସାରା ଅଞ୍ଚଳ । ଶୁକ୍ରବାର ପବିତ୍ର ଅକ୍ଷୟ ତୃତୀୟ ଅବସରରେ ରଥ ନିର୍ମାଣ ପାଇଁ ରଥକାଠ ଅନୁକୂଳ ହୋଇଯାଇଛି । ପରମ୍ପରା ଅନୁଯାୟୀ ମନ୍ଦିର ପରିସରରେ ଥିବା ଗାୟତ୍ରୀ ମନ୍ଦିର ପ୍ରାଙ୍ଗଣରେ ଏହି ରଥକାଠ ଅନୁକୂଳ ହୋଇଥିଲା । ସମସ୍ତ ରୀତିନୀତି ଅନୁସାରେ ଏହି ରଥକାଠକୁ ଅନୁକୂଳ କରାଯାଇଥିଲା ।
ସୂଚନା ଅନୁଯାୟୀ,ରଥକାଠ ଅନୁକୂଳ କରିବା ପାଇଁ ପ୍ରଥମେ ଠାକୁରଙ୍କଠାରୁ ଆଜ୍ଞାମାଳ ନିଆଯାଇଥିଲା । ଏହାପରେ ତିନିରଥ ପାଇଁ ରଥକାଠ ଅନୁକୂଳ କରାଯାଇଥିଲା । ଶାବର ଶ୍ରୀକ୍ଷେତ୍ର ରଥଯାତ୍ରା ସମୟରେ ସେଠାରେ ପ୍ରବଳ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥାଏ । ତେବେ ଏହି ପବିତ୍ର ଉତ୍ସବରେ ମଧ୍ୟ ଶାବର ଶ୍ରୀକ୍ଷେତ୍ରରେ ବହୁଳ ଭକ୍ତଙ୍କ ସମାଗମ ହୋଇଥିଲା । ଏହିସବୁ କାର୍ଯ୍ୟ ସୁରୁଖୁରୁରେ ତୁଲାଇବା ପାଇଁ ଶ୍ରୀକ୍ଷେତ୍ର ମନ୍ଦିର ପରିଚାଳନା କମିଟି ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା ।
ଅଧିକ ପଢନ୍ତୁ :ସମ୍ବଲପୁର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ଥାଳଉଠା ସମାପନ ହୋଇଛି