ସଶସ୍ତ୍ର ଡକାୟତି, ଘରେ ପଶି ଲୁଟିନେଲେ ଟଙ୍କା ଏବଂ ୧୩ ଭରି ସୁନା
Khabar Odisha:crime-odisha-loot-in-dhenkanal-kamakhyanagar-gold-and-money
ଢେଙ୍କାନାଳ,ଫେବୃଆରୀ ୧୦(ଖବର ଓଡ଼ିଶା):

ବିଳମ୍ବିତ ରାତିରେ ଘରୁ ଲୁଟ କଲେ ଦୁବୃର୍ତ। ଢେଙ୍କାନାଳ କାମାକ୍ଷାନଗରେ ଜଣେ ସେସୁ କର୍ମଚାରୀଙ୍କ ଘରୁ ଅସ୍ତ୍ର ଦେଖାଇ ଲୁଟେରାମାନେ ଦୁଇ ଲକ୍ଷ ଟଙ୍କା ସହ ୧୩ ଭରି ସୁନା ଲୁଟି ନେଇଛନ୍ତି । 

ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତ୍ରରେ ଢେଙ୍କାନାଳ ଜିଲ୍ଳା କାମାକ୍ଷାନଗର ଜଣେ ସେସୁ କର୍ମଚାରୀଙ୍କ ଘରୁ ଲୁଟ ହୋଇଛି । କର୍ମଚାରୀଙ୍କ ପଣ୍ଡୁଆ ଛକସ୍ଥିତ ବାସଭବନରୁ ଅସ୍ତ୍ର ଦେଖାଇ ଲୁଟେରାମାନେ ଦୁଇ ଲକ୍ଷ ଟଙ୍କା ସହ ୧୩ ଭରି ସୁନା ଲୁଟି ନେଇଛନ୍ତି । ରାତିରେ ସମସ୍ତେ ଶୋଇଥିବା ବେଳେ ପାଞ୍ଚଜଣ ଦୁର୍ବୁତ୍ତ ଘରେ ପଶି ଏ କାଣ୍ଡ ଭିଆଇଛନ୍ତି । ସେମାନେ ମୁଖାପିନ୍ଧି ଆସି ଲୁଟ କରିଥିବା ସେସୁ କର୍ମଚାରୀ କହିଛନ୍ତି । ଏନେଇ ସେ ତୁମୁସିଙ୍ଗା ଥାନାରେ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତନାଘନା କରିବା ସହ ତଦନ୍ତ ଆରମ୍ଭ କରିଛି ।

  • Tags:

Subscribe

National International State Sports Entertainment