ଭୁବନେଶ୍ୱର : ଶିକ୍ଷକଙ୍କ ଦ୍ୱାରା ଅସଦାଚାରଣର ଶିକାର ହେଲେ ସ୍କୁଲର ଦୁଇ ଛାତ୍ରୀ
Khabar Odisha:School-girl-Student-Misbehaved-by-his-Teachers-in-Bhubaneswar-Odisha
ଭୁବନେଶ୍ୱର, ୦୩ ନଭେମ୍ବର(ଖବର ଓଡ଼ିଶା):

 ଭୁବନେଶ୍ୱର ଚନ୍ଦ୍ରଶେଖରପୁର ସ୍ଥିତ ଏକ ଘରୋଇ ସ୍କୁଲରେ ୨ ଜଣ ଛାତ୍ରୀ ଜଣେ ଶିକ୍ଷକଙ୍କ ଦ୍ୱାରା ଅସଦାଚାରଣର ଶିକାର ହୋଇଛନ୍ତି। ଏ ନେଇ ଚନ୍ଦ୍ରଶେଖରପୁର ଥାନାରେ ଛାତ୍ରୀଙ୍କ ଅଭିଭାବକ ଅଭିଯୋଗ କରିଛନ୍ତି। ତେଣେ ଘଟଣାର ଅଭିଯୋଗ ପରେ ପରେ ଘଟଣାରେ ସମ୍ପୃକ୍ତ ଶିକ୍ଷକଙ୍କୁ ସ୍କୁଲରୁ କାଢି ଦିଆଯାଇଥିବା ସ୍କୁଲ କର୍ତ୍ତୃପକ୍ଷ କହିଛନ୍ତି।       

ଅଭିଯୋଗନୁଯାୟୀ, ଗତ ଅକ୍ଟୋବର ୯ ତାରିଖରେ ସ୍କୁଲ ଶିକ୍ଷକ ଦୁଇ ଛାତ୍ରୀଙ୍କୁ ଅସଦାଚାରଣ କରିଥିଲେ। ଏହା ସହ ବିଭିନ୍ନ ସମୟରେ ବାହାନା ଦେଖାଇ ସେମାନଙ୍କ ଦେହରେ ସ୍ପର୍ଶ କରୁଥିଲେ। କେତେବେଳେ ଖାତା ଦେଖିବା ବାହାନାରେ ତ ପୁଣି କେତେ ବେଳେ ଅଲଗା କିଛି କାରଣ ନେଇ ସେମାନଙ୍କୁ ପାଖକୁ ଡାକି ଶିକ୍ଷକ ଅସଦାଚାରଣ କରିଥିଲେ । ଏ ନେଇ ଛାତ୍ରୀମାନେ ତାଙ୍କ ବାପା ମାଆଙ୍କୁ ଜଣାଇବା ପରେ ଅଭିଭାବକମାନେ ସ୍କୁଲ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହି ଘଟଣା ପରଠାରୁ ସଂପୃକ୍ତ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଅଭିଯୋଗକାରୀ କହିଥିବା ବଳେ ସେପଟେ ଗତ ୯ ତାରିଖରେ ଏହି ଅଭିଯୋଗ ଆସିବା ପରେ ସମ୍ପୃକ୍ତ ଶିକ୍ଷକଙ୍କୁ ସ୍କୁଲରୁ କାଢି ଦିଆଯାଇଥିବା ସ୍କୁଲ କର୍ତ୍ତପକ୍ଷ ସୂଚନା ଦେଇଛନ୍ତି। ଏ ନେଇ ଚନ୍ଦ୍ରଶେଖରପୁର ଥାନାରେ ମାମଲା ରୁଜୁ ହୋଇଛି। ପୋଲିସ ଘଟଣାର ତଦନ୍ତ କରିବ ବୋଲି ସୂଚନା ମିଳିଛି।   

Subscribe

National International State Sports Entertainment