ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟର ଜଣେ ମ୍ୟାନେଜରଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର
Khabar Odisha:Rkl-steel-plant-junior-manager-hanging-dead-body-found
ରାଉରକେଲା, ନଭେମ୍ବର ୪ (ଖବର ଓଡ଼ିଶା):

ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର ଜୁନିୟର ମ୍ୟାନେଜରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ତାଙ୍କ ନାଁ ଜୟ ପରବେଶ । ସେ ରାଜସ୍ଥାନ ଭରତପୁରର ମୂଳ ନିବାସୀ । ଜୟ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର ନ୍ୟୁ ପ୍ଲେଟ୍ ମିଲ୍‌ରେ ଜୁନିଅର ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ । ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି । 

ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ଜୟ ରାଉରକେଲା ସେକ୍ଟର-୨ସ୍ଥିତ ଏଚ୍‌-୩ କ୍ୱାର୍ଟର୍ସରେ ରହୁଥିଲେ । ସେ ଗତ ଦୁଇ ବର୍ଷ ତଳେ ବିବାହ କରିଥିଲେ । ତାଙ୍କ ପତ୍ନୀ ଦୁଇ ଦିନ ତଳେ ରାଜସ୍ଥାନ ଯାଇଛନ୍ତି । କିନ୍ତୁ ଗତକାଲି ରାତିରେ ତାଙ୍କ ପଡ଼ୋଶୀ ଘରେ କିଛି ଅଘଟଣ ଘଟିଥିବା ନେଇ ପୋଲିସକୁ ଖବର ଦେଇଥିଲେ । ଏହା ପରେ ପୋଲିସ ଆସି ଜୟଙ୍କୁ ଝୁଲୁ ଥିବା ଅବସ୍ଥାରେ ଦେଖିଥିଲା । ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍‌ ପହଞ୍ଚି ତଦନ୍ତ ଜାରି ରଖିଛି । ଏହା ଏକ ଆତ୍ମହତ୍ୟା ଘଟଣା ବୋଲି ପ୍ରାଥମିକ ତଦନ୍ତରେ ପୋଲିସ ଅନୁମାନ କରୁଛି । ଏ ନେଇ ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ଖବର ଦିଆଯାଇଛି । ସେମାନେ ପହଁଚିବା ପରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୋଲିସ କହିଛି ।

Subscribe

National International State Sports Entertainment