ଦିଲ୍ଲୀ: ହାଇ ପ୍ରୋଫାଇଲ ଜୁଆ ଆଡ୍ଡା ଉପରେ ଚଢ଼ାଉ, ଶତାଧିକ ଜୁଆଡି ଗିରଫ
Khabar Odisha:High-profile-gambling-racket-busted-in-delhi-more-than-100-people-arrested

ନୂଆଦିଲ୍ଲୀ, ନଭେମ୍ବର ୦୭ (ଖବର ଓଡ଼ିଶା): ଦୀପାବଳିର ଠିକ ଗୋଟିଏ ଦିନ ପୂର୍ବରୁ ମଙ୍ଗଳବାର ଦିଲ୍ଲୀ ପୋଲିସକୁ ବଡ଼ ସଫଳତା ମିଳିଛି । ପୋଲିସ ଜୁଆ ଆଡ୍ଡା ଉପରେ ଅତର୍କୀତ ଭାବରେ ଚଢ଼ାଉ କରି ହାଇପ୍ରୋଫାଇଲ ୧୦୦ରୁ ଅଧିକ ଜୁଆଡିଙ୍କୁ ଗିରଫ କରିଛି । ଏଥି ସହିତ ପୋଲିସ ୨୨ ଲକ୍ଷ ନଗଦ ଟଙ୍କା ବ୍ୟତୀତ ୧ କୋଟି ୮୭ ଲକ୍ଷ ଟଙ୍କା କଏନ ମୁଦ୍ରା ଜବତ କରିଛି । ପୋଲିସ ପହଞ୍ଚିବା ପୂର୍ବରୁ ଜୁଆଡି ମାନେ ନିଜ ଖେଳରେ ଲାଗିଥିଲେ । ରାଜୌରୀ ଗାର୍ଡେନର ବିଶାଳ ଏନକ୍ଲେଭସ୍ଥିତ ବେସମେଟରେ ଏହି ଜୁଆ ଆଡ୍ଡା ଚାଲିଥିଲା । ପୋଲିସ ମଙ୍ଗଳବାର ସକାଳୁ ଚଢ଼ାଉ କରି ଶତାଧିକ ଲୋକଙ୍କୁ ଗିରଫ କରିଛି । 

ପଶ୍ଚିମ ଦିଲ୍ଲୀର ଡିସିପି ମୋନିକା ଭରଦ୍ୱାଜ କହିଛନ୍ତି, ଆମକୁ ୨ଟି ୱାକି ଟକି ସିଟ ମିଳିଛି, ଯାହାକୁ ସୂଚନା ଆଦାନ ପ୍ରଦାନ ପାଇଁ ବ୍ୟବହାର କରାଯାଉଥିଲା । ଘଟଣାର ତଦନ୍ତ ଚାଲିଛି । ୪ ହୁକ୍କା, ୨୭ ମଦ ବୋତଲ ମିଳିଛି । କୋଠାର ବେସମେଟସ୍ଥିତ ଏକ ବିରାଟ ହଲ ଭିତରେ ଏହି ଖେଳ ଚାଲିଥିଲା । ଜୁଆ ଆଡ୍ଡାରୁ ଦାମିକା ମଦ ବୋତଲ ଜବତ ହୋଇଛି, ଯାହାକୁ ଯୁବତୀମାନଙ୍କ ଦ୍ୱାରା ଉପଲବ୍ଧ କରାଯାଉଥିଲା । ପୋଲିସ ୧ କୋଟି ୮୭ ଲକ୍ଷ ମୂଲ୍ୟର କଏନ ମୁଦ୍ରା ଜବତ କରିଛି ବୋଲି ବରିଷ୍ଠ ପୋଲିସ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । 

 

  • Tags:

Subscribe

National International State Sports Entertainment