ଆଶ୍ରୟ ଗୃହରେ ଯୌନ ନିର୍ଯାତନା ମାମଲା, ୪ ଦିନିଆ ରିମାଣ୍ଡ ଶେଷ ପରେ ଜେଲକୁ ଫେରିଲା ଫୟାଜ
Khabar Odisha:Dhenkanal-Shelter-Home-Row--fayaj-Return-to-Jail-after-Remand-end
ଢେଙ୍କାନାଳ ,ଡିସେମ୍ବର ୦୭(ଖବର ଓଡ଼ିଶା):

ଢେଙ୍କାନାଳ ବେଲଟିକିରି ଗୁଡ଼ ନ୍ୟୁଜ୍ ଇଣ୍ଡିଆ ସେଲଟର ହୋମର ଅଧ୍ୟକ୍ଷ ଡ.ଫୟାଜ ରେହମାନଙ୍କ ଚାରି ଦିନିଆ ରିମାଣ୍ଡର ଅବଧି ଆଜି ଶେଷ ହୋଇଛି। ରିମାଣ୍ଡ ପରେ ତାଙ୍କୁ ଢେଙ୍କାନାଳ ଜେଲକୁ ପଠାଇ ଦିଆଯାଇଛି। 

ସୂଚାନାଯୋଗ୍ୟ, ଆଶ୍ରୟଗୃହରେ ଅନ୍ତେବାସୀଙ୍କୁ ଯୌନ ନିର୍ଯ୍ୟାତନା ଦେବା ଅଭିଯୋଗରେ ଅନୁଷ୍ଠାନର ମୁଖ୍ୟ ଫୟାଜ ରେହେମାନଙ୍କୁ ଗିରଫ କରିବା ପରେ ଢେଙ୍କାନାଳ ପୋଲିସ ତାଙ୍କୁ ଦୁଇ ଦୁଇ ଥର ରିମାଣ୍ଡରେ ନେଇଥିଲା। ଗତ ୪ ତାରିଖରେ ପ୍ରଥମ ଥର ଦୁଇ ଦିନ ରିମାଣ୍ଡରେ ନିଆଯାଇଥିଲା ଏବଂ ରିମାଣ୍ଡ ଶେଷ ହେବା ପରେ ବୁଧବାର ଦିନ ସ୍ୱତନ୍ତ୍ର ପୋସ୍କ କୋର୍ଟରେ ହାଜର କରଯାଇଥିଲା। ଅଧିକ ତଥ୍ୟ ଅନୁସନ୍ଧାନ ନିମନ୍ତେ ପୋଲିସ ପକ୍ଷରୁ ପୁଣି ଅଭିଯୁକ୍ତକୁ ଚାରି ଦିନ ରିମାଣ୍ଡରେ ନେବା ପାଇଁ ପୋଲିସ କୋର୍ଟରେ ଆବେଦନ କରିଥିଲା। ମାତ୍ର କେବଳ ଦୁଇ ଦିନ ପାଇଁ ରିମାଣ୍ଡରେ ନେବାକୁ କୋର୍ଟ ଅନୁମତି ଦେଇଥିଲେ। ଆଜି ଫୟାଜର ରିମାଣ୍ଡ ଅବଧି ଶେଷ  ହେଉଥିବା ବେଳେ କଡ଼ା ସୁରକ୍ଷା ବଳୟରେ ସ୍ୱତନ୍ତ୍ର ପୋକ୍ସୋ କୋର୍ଟରେ ତାଙ୍କୁ ହାଜର କରାଯାଇଥିଲା। ଶୁକ୍ରବାର କୋର୍ଟରେ ଫୟାଜର ଆବେଦନ ଶୁଣାଣି ହେବାକୁ ଥିବା ବେଳେ ତାହାକୁ ଘୁଞ୍ଚାଇ ଦିଆଯାଇଛି। ଡିସେମ୍ବର ୧୨ ତାରିଖକୁ ଫୟାଜର ଜାମିନ ଆବେଦନର ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି। ରିମାଣ୍ଡ ଶେଷ ସହ ଜାମିନ ଆବେଦନର ଶୁଣାଣି ଘୁଞ୍ଚି ଯିବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।      

ତେବେ ରିମାଣ୍ଡ ନେବାର ଚାରି ଦିନରେ ଫୟାଜକୁ ଜେରା କରି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପୋଲିସ ହାସଲ କରିଥିବା ଜଣାପଡ଼ିଛି। ଉଲ୍ଲେଖନୀୟ ଯେ ଫୟାଜଙ୍କ କଳାକାରନାମା ଲିଙ୍କ୍ ଅନେକ ଗୁପ୍ତ ତଥ୍ୟ ପୋଲିସକୁ ମିଳିଛି। ଛାତ୍ରୀଙ୍କୁ ଯୌନ ନିର୍ଯ୍ୟାତନା ସାଙ୍ଗକୁ ଧର୍ମାନ୍ତରୀକରଣ ଓ ଏଥିରେ ରହିଥିବା ବିଦେଶୀ ଲିଙ୍କର ପର୍ଦ୍ଦାଫାଶ ହୋଇଛି। ବିଦେଶରୁ ଆସୁଥିବା ଟଙ୍କାରେ ବେଆଇନ ଭାବରେ ଏହି ସେଲଟର ହୋମ ଚାଲୁଥିଲା ବୋଲି ପୋଲିସ ଜାଣିବାକୁ ପାଇଥିଲା ବେଳେ ତଦନ୍ତ ପ୍ରକ୍ରିୟା ଜାରି ରହିଛି।   

Subscribe

National International State Sports Entertainment