ଧନତିରସରେ ଘରକୁ ଲକ୍ଷ୍ମୀ ଆସିଲେ ଭଲ ବୋଲି କହିଲେ ବିଡିଓ, ୧ଲକ୍ଷ ଲାଞ୍ଚ ନେଇ ଭିଜିଲାନ୍ସ ଦ୍ୱାରା ଗିରଫ ହେଲେ
Khabar Odisha:BDO-On-Vigilance-Net
ରାଉରକେଲା, ୦୬ ନଭେମ୍ବର (ଖବର ଓଡ଼ିଶା):

ପାନପୋଷ ଉପଖଣ୍ଡର ବିଶ୍ରା ଠାରେ କାର୍ଯ୍ୟରତ ବିଡିଓ ପ୍ରଶାନ୍ତ କୁମାର ରାଉତ ଆଜି ନଜ ଅଫିସର ବାସଗୃହରେ ଝିରିପାଣି ପଞ୍ଚାୟତର ଅଧିକାରୀ ପ୍ରଶାନ୍ତ ଜେନାଙ୍କ ଠାରୁ ଲକ୍ଷେ ଟଙ୍କ ଲାଞ୍ଚ ଧରୁଥିବା ବେଳେ ରାଉରକେଲା ଭିଜିଲାନ୍ସ ହାତରେ ଗିରଫ ହୋଇଛନ୍ତି। 

ଅଭିଯୋଗରୁ ପ୍ରକାଶ ଯେ ଝିରିପାଣି ପଞ୍ଚାୟତର ଏକ ୧୧ଲକ୍ଷ ୫୦ ହଜାର ଟଙ୍କାର ବିଲ ପାଶ କରିବା ଲାଗି କୁଆଡେ ଅଭିଯୁକ୍ତ ବିଡିଓ ୧ଲକ୍ଷ ଲାଂଚ ମାଗିଥିଲେ, ନହେଲେ ବିଲ୍ ପାଶ ହେବ ନାହିଁ ବୋଲି ଶୁଣାଇ ଦେଇଥିଲେ । ଆଜି ଧନତିରସ ଆଜିର ଦିନରେ ଘରକୁ ଲକ୍ଷ୍ମୀ ଆସିଲେ ଭଲ, ତା ଛଡା ଆଜି କାହାର ନଜର ରହିବ ନାହିଁ କହି ଆଜି ଦିନରେ କୁଆଡେ ପଂଚାୟତ ବାବୁଙ୍କୁ ଏହି ଅର୍ଥ ଆଣିବା ଲାଗି ସେ କହିଥିଲେ। 

ସେହି ଅନୁଯାଇ ପଂଚାୟତ ଅଧୀକାରୀ ଅର୍ଥ ନେଇ ପହଁଚି ଦେବା ବେଳକୁ ରାଉରକେଲା ଡିଏସପି ଦାଶରଥି ସେଠୀ ସଦଳ ବଳେ ସେଠାରେ ପହଁଚି ଲାଂଚ ଅର୍ଥ ଜବତ କରିବା ସହ ବିଡିଓଙ୍କୁ ଗିରଫ କରିଛନ୍ତି । ପରେ ତାଙ୍କ ବାସଭବନ,ବିଡିଓ ଅଫିସ, ଭଦ୍ରକ ପୈତୃକ, ଭୁବନେଶ୍ୱର ଭଡାଘରେ ଏକା ସଙ୍ଗେ ଦିନ ପ୍ରାୟ ୩ଟାରୁ ଖାନ ତଲାସ ଆରମ୍ଭ ହୋଇଛି । ବିଶ୍ରା ଘରୁ ନଗଦ ୭୪ ହଜାର ଟଙ୍କା ବାହାରିଥିବାବେଳେ, ଅଭିଯୁକ୍ତକୁ ଆଜି ସୁନ୍ଦରଗଡ ଭିଜିଲାନ୍ସ କୋର୍ଟରେ ଦାଖଲ କାଜିବାରୁ କୋର୍ଟ ତାଙ୍କ ବେଲ ଅଗ୍ରାହ୍ୟ କରି ଜେଲ ପଠାଇ ଦେଇଛନ୍ତି ।

Subscribe

National International State Sports Entertainment