ଅପରିବର୍ତ୍ତିତ ରହିଲା ସୁଧ ହାର, ନା ଶସ୍ତା ହେଲା ଋଣ ନା କିସ୍ତି
Khabar Odisha:as-expected-rbi-keeps-repo-rate-unchanged-in-its-monetary-policy
ମୁମ୍ବାଇ,ଡିସେମ୍ବର୦୫(ଖବର ଓଡ଼ିଶା):

 ଆଶା ମୁତାବକ  ରିଜର୍ଭ ବ୍ୟାଙ୍କ  ସୁଧ ହାରରେ କୌଣସି ପରିବର୍ତ୍ତନ କରି ନାହିଁ। ବ୍ୟାଙ୍କର ଛଅ ସଦସ୍ୟ ବିଶିଷ୍ଟ ମୁଦ୍ରା ନୀତି ସମିତି(ଏମପିସି) ତିନି ଦିବସୀୟ ସମୀକ୍ଷା ବୈଠକରେ ରେପୋ ରେଟରେ କୌଣସି ପରିବର୍ତ୍ତନ ନକରି ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିଛନ୍ତି। ରିଜର୍ଭ ବ୍ୟାଙ୍କ ଚଳିତ ଆର୍ଥିକ ବର୍ଷରେ ଜିଡିପି ଅଭିବୃଦ୍ଧି ହାର  ୭.୪ ପ୍ରତିଶତ ରହିବାର ପୂର୍ବାନୁମାନ କରିଥିଲା। ଅନ୍ୟ ପଟେ ଚଳିତ ବର୍ଷର ଦ୍ଵିତୀୟ ଛଅମାସିକ(ଅକ୍ଟୋବର-ମାର୍ଚ୍ଚ) ସମୟରେ ମହଙ୍ଗା ଦର ୨.୭ ପ୍ରତିଶତରୁ ୩.୨ ପ୍ରତିଶତ ମଧ୍ୟରେ ରହିବ ବୋଲି ଅନୁମାନ କରିଥିଲା। ଏହା ସହିତ ଦ୍ଵିତୀୟ ଛଅମାସିକରେ ଜିଡିପି ଅଭିବୃଦ୍ଧି ହାର ୭.୨ ରୁ ୭.୩ ପ୍ରତିଶତ ରହିବ ବୋଲି ଅନୁମାନ କରିଥିଲା।  

ଏହା ସହିତ ରିଜର୍ଭ ବ୍ୟାଙ୍କ  ଆଗାମୀ ଆର୍ଥିକ ବର୍ଷ ୨୦୧୯-୨୦ର ପ୍ରଥମ ଛଅମାସିକ(ଏପ୍ରିଲ-ସେପ୍ଟେମ୍ବର)ରେ  ଜିଡିପି ଅଭିବୃଦ୍ଧି ହାର ୦.୧ ପ୍ରତିଶତ ସାମାନ୍ୟ ବୃଦ୍ଧ ସହିତ ୭.୫ ପ୍ରତିଶତରେ ରହିବ ବୋଲି ଅନୁମାନ କରିଛି।

ଚଳିତ ବର୍ଷ ପଞ୍ଚମ ମୌଦ୍ରିକ ସମୀକ୍ଷା ପରେ ଏମପିସି ରେପୋ ରେଟ୍ ଓ ରିଭର୍ସ ରେପୋ ରେଟ୍ କ୍ରମଶଃ ୬.୨୫ ପ୍ରତିଶତ  ଓ ୭.୭୫ ପ୍ରତିଶତ ରହିଛି। ଏଥର ମୁଦ୍ରା ସମୀକ୍ଷା ନୀତି ବୈଠକ  ଡିସେମ୍ବର ୩ରୁ ଆରମ୍ଭ ହୋଇଥିଲା।  ସୁଧ ହାର ଅପରିବର୍ତ୍ତିତ ରହିବାରୁ ଋଣ ଶସ୍ତାରେ ମିଳିବ ନାହିଁ। ଏହା ସହିତ କିସ୍ତିରେ ମଧ୍ୟ କୌଣସି ପରିବର୍ତ୍ତନ ହେବ ନାହିଁ।

ଗତ ଦ୍ଵିମାସିକ ମୌଦ୍ରିକ ନୀତି ସମୀକ୍ଷାରେ ମଧ୍ୟ ଆରବିଆଇ ରେପୋ ରେଟ୍ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିଥିଲା। କେନ୍ଦ୍ରୀୟ ବ୍ୟାଙ୍କ୍ ସେହି ସମୟରେ ଚେତାବନୀ ଦେଇ କହିଥିଲା ଯେ  ତୈଳ ଦର ବୃଦ୍ଧି ଓ ହ୍ରାସ ଯୋଗୁଁ ତଥା ବୈଶ୍ଵିକ ଆର୍ଥିକ ସ୍ଥିତି ଦୁର୍ବଳ ହେବାରୁ ଦେଶର ମୁଦ୍ରାସ୍ପୀତିରେ ଏହାର କୁପ୍ରଭାବ ପଡ଼ିବ। 

ଉଲ୍ଲେଖଯୋଗ୍ୟ  ଗତ ମୌଦ୍ରିକ ନୀତି ଘୋଷଣା ପରେ ଆମେରିକା ଡଲାର ତୂଳନାରେ ଟଙ୍କା ମଜବୁତ ହୋଇଥିଲା ଏବଂ ଏହାର ମୂଲ୍ୟ ୭୦ ତଳକୁ ଖସିଥିଲା। ଅନ୍ତରାଷ୍ଟ୍ରୀୟ ବଜାରରେ ମଧ୍ୟ ଅଶୋଧିତ ତୈଳର ଚାହିଦା ହ୍ରାସ ପାଇଥିଲା। ତେଲ ବ୍ୟାରେଲ ପ୍ରତି ୮୬ ଡଲାରରୁ ୬୦ ଡଲାରକୁ ଖସି ଆସିଥିଲା। ମାତ୍ର ଦେଶର ଆର୍ଥିକ ବୃଦ୍ଧି ଦର ସେପ୍ଟେମ୍ବର ତ୍ରୈମାସରେ ହ୍ରାସ ଘଟି ୭.୧ ପ୍ରତିଶତରେ ରହିଥିଲା। ଏହାର ପୂର୍ବ ତ୍ରୈମାସ(ଏପ୍ରିଲ-ଜୁନ)ରେ ଅଭିବୃଦ୍ଧି ହାର  ୮.୨ ପ୍ରତିଶତରେ ରହିଥିଲା। 

Subscribe

National International State Sports Entertainment