ଖୋଲିଲା ବିଜ୍ଞାପନର ପୋଲ, ୨୯୫ରୁ ୨୬୫ଟିରେ ଲୋକଙ୍କୁ କରାଯାଇଛି ଭ୍ରମିତ
Khabar Odisha:ASCI-investigates-295-advertisements-in-July-found-265-confusing

ମୁମ୍ବାଇ, ନଭେମ୍ବର ୦୬(ଖବର ଓଡ଼ିଶା): ଟିଭି, ଖବର କାଗଜ ଓ ସାମାଜିକ ଗଣମାଧ୍ୟମରେ ଅଧିକାଂଶ ବିଜ୍ଞାପନରେ ବଡ଼ ବଡ଼ ଦିଆଯାଉଥିବା ପ୍ରତିଶ୍ରୁତିର ପୋଲ ଖୋଲି ଯାଇଛି। ବିଜ୍ଞାପନ କ୍ଷେତ୍ର ଉପରେ ନଜର ରଖୁଥିବା ସଂସ୍ଥା ଏଏସସିଆଇ ଚଳିତ ବର୍ଷ ଜୁଲାଇରେ ୨୯୫ ବିଜ୍ଞାପନ ବିରୋଧରେ ପାଇଥିବା ଅଭିଯୋଗ  ଯାଞ୍ଚ କରିଛି। ଏଥିରେ ଅନେକ ବଡ଼ ବ୍ରାଣ୍ଡର ତେଲ, ସାମ୍ପୁ, ବୋଡି ଲୋସନଠୁ ନେଇ ଖାଦ୍ୟପେୟ କମ୍ପାନୀ ବିଜ୍ଞାପନରେ ଲୋକଙ୍କୁ ଭ୍ରମିତ କରୁଥିବା ଜଣା ପଡିଛି।

ଭାରତୀୟ ବିଜ୍ଞାପନ ମାନକ ପରିଷଦ(ଏଏସସିଆଇ) ୨୯୫ ବିଜ୍ଞାପନ ବିରୋଧରେ ପ୍ରାପ୍ତ ଅଭିଯୋଗର ତଦନ୍ତ କରିଛି। ଏଥିରୁ ୭୯ ବିଜ୍ଞାପନଦାତା ଅଭିଯୋଗ ମିଳିବା ପରେ ସୁଧାରାତ୍ମକ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଏସସିଆଇର ଉପଭୋକ୍ତା ଅଭିଯୋଗ ପରିଷଦ(ସିସିସି) ୨୧୬ ବିଜ୍ଞାପନର ଯାଞ୍ଚ କରିଛି। ଏଥିରୁ ୧୭୬ ବିଜ୍ଞାପନ ବିରୋଧରେ ଦାୟର ଅଭିଯୋଗ ସତ୍ୟ ପ୍ରମାଣିତ ହୋଇଛି।

ଏଏସସିଆଇ ଏକ ବିଜ୍ଞାପନକୁ ନେଇ ଫ୍ରାନ୍ସର ବଡ଼ ଡେଏରୀ କମ୍ପାନୀ ଡ୍ୟାନୋନକୁ ତାଗିଦ୍ କରିଛି। ଉକ୍ତ କମ୍ପାନୀ ଦେଇଥିବା ବିଜ୍ଞାପନ ଲୋକଙ୍କୁ ଭ୍ରମିତ କରୁଥିବା ଯାଞ୍ଚରୁ ଜଣା ପଡ଼ିଛି। ସଂସ୍ଥା ହିନ୍ଦୁସ୍ତାନ ୟୁନିଲିଭରର ଏକ ଫେସବୁକ ପୋଷ୍ଟ ଭିଡିଓ ବିରୋଧରେ କରାଯାଇଥିବା ଅଭିଯୋଗ ସତ୍ୟ ଥିବା ଜଣା ପଡ଼ିଛି। 

 

  • Tags:

Subscribe

National International State Sports Entertainment