ଭୁବନେଶ୍ୱର: ସ୍ବାଭାବିକ ହେଲା ଭୁବନେଶ୍ବର ମହାନଗର ନିଗମରେ କାର୍ଯ୍ୟ । ଆଜିଠୁ (ଶୁକ୍ରବାର) କର୍ମଚାରୀମାନେ କାର୍ଯ୍ୟରେ ଯୋଗ ଦେଇଛନ୍ତି। BMC ମୁଖ୍ୟାଳୟରେ ସୁରକ୍ଷା ବଢ଼ା ଯାଇଛି। ପୋଲିସ କମିଶନରଙ୍କ ସହ ଆଲୋଚନା କରି ରଣନୀତି ପ୍ରସ୍ତୁତ କରାଯାଇଛି । ଅତିରିକ୍ତ ସୁରକ୍ଷା କର୍ମୀ ମୁତୟନ କରାଯିବା ସହିତ ସେମାନଙ୍କୁ ତାଲିମ ଦିଆଯିବ। ଭବିଷ୍ୟତରେ ଯେମିତି ଏପ୍ରୀତିକର ସ୍ଥିତି ନ ଉପୁଜିବ, ସେଥିପାଇଁ ସେମାନେ ସଜାଗ ରହିବେ।
BMC ବିଲ୍ଡିଂରେ କାର୍ଯ୍ୟରତ ସୁରକ୍ଷା ଅଧିକାରୀଙ୍କୁ ତାଲିମ ଦିଆଯିବ। ଏହା ସର୍ବସାଧାରଣ ଅଫିସ ହୋଇଥିବାରୁ ତର୍ଜମା କରି ସୁରକ୍ଷା କଡାକଡି କରାଯିବ। ସ୍ମାର୍ଟ ସିଟି ଲିମିଟେଡ୍ ସହିତ ଆଲୋଚନା କରି ବିଲଡିଂ କିଛି ପରିଚାଳନା ଦାୟିତ୍ଵ ଈଗଉ ନିଜ ହାତକୁ ନେବାକୁ ଯୋଜନା କରିଛି। ସ୍ଵଚ୍ଛ ସାଥୀଙ୍କ ଅଭିଯୋଗର ତଦନ୍ତ ରିପୋର୍ଟ ଖୁବ୍ ଶୀଘ୍ର ଆସିବ।
BMC ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ମାଡ଼ ମାରିବା ପରେ କର୍ମଚାରୀ ଓ ଅଧିକାରୀ କାର୍ଯ୍ୟ ବନ୍ଦ କରି କଳାବ୍ୟାଚ ପିନ୍ଧିଥିଲେ । ଏହି ଘଟଣାକୁ ବିରୋଧ କରି କାର୍ଯ୍ୟବନ୍ଦ ଆନ୍ଦୋଳନ କରି ସାମୂହିକ ଛୁଟିରେ ଥିଲେ। ମାଡ ଘଟଣାରେ ପ୍ରଚ୍ଛଦପଟରେ ଥିବା ଜଗନ୍ନାଥ ପ୍ରଧାନ ଗିରଫ ହେବା ପରେ ଆନ୍ଦୋଳନରୁ ଓହରି କାର୍ଯ୍ୟରେ ଯୋଗଦେଇଛନ୍ତି କର୍ମଚାରୀ। ଆକ୍ରମଣର ଶିକାର ହୋଇଥିବା ରତ୍ନାକର ସାହୁ ଏବେ ଛୁଟିରେ ଅଛନ୍ତି।